ନଟରାଜ କଳା ପରିଷଦ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ଅତାବିରା:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ସ୍ଥିତ ୱାର୍ଡ ନଂ -୬ ରେ ରହିଥିବା ନଟରାଜ କଳା ପରିଷଦ ସାଂସ୍କୃତିକ ଅନୁଷ୍ଠାନ ରେ ତିନୋଟି ପର୍ଯ୍ୟାୟ ରେ ହେବାକୁ ଥିବା ଆଜି ପ୍ରଥମ ପର୍ଯ୍ୟାୟ ରେ କଣ୍ଟେମ୍ପୋରାରୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନ ସଭାପତି ତଥା ନୃତ୍ୟ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ,ସମାଜ ସେବୀ ତଥା କଳା ପ୍ରେମୀ ସନ୍ତୋଷ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବରିଷ୍ଠ ଆଚାର୍ଯ୍ୟ ଅଜିତ୍ କୁମାର ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ।ଅନୁଷ୍ଠାନ ର ସଂପାଦକ ସୁମନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ର ପରିଚାଳନା କରି ପ୍ରତିଯୋଗିତା ର ଶୁଭାରମ୍ଭ ହୋଇଥିଲା।ସେହିପରି ଦ୍ବିତୀୟ ପର୍ଯ୍ୟାୟ ରେ ଆସନ୍ତା ରବିବାର ଦିନ ସମ୍ବଲପୁରୀ ଲୋକ ନୃତ୍ୟ ଓ ଶେଷ ରବିବାର ତୃତୀୟ ପର୍ଯ୍ୟାୟ ରେ ଓଡ଼ିଶୀ ନୃତ୍ୟ ର ପ୍ରତିଯୋଗିତା ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ବରଗଡ ସଂସ୍କାର ଇନ୍ଟ ର୍ ନେସନାଲ ସ୍କୁଲ ର ନୃତ୍ୟ ନିର୍ଦ୍ଦେଶିକା ମୀନାକ୍ଷୀ ଭୋଇ,କ୍ରୀଷ୍ଣା ବିକାଶ ର ଅଭିନେତା ନିର୍ଦ୍ଦେଶକ ତଥା ଆଲବମ କଳାକାର ଶିବାନନ୍ଦ ମହାନନ୍ଦ ବିଚାରକ ଭାବେ ଦାୟିତ୍ଵ ତୁଲାଇ ଥିଲେ।୩୫ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବରିଷ୍ଠ ବିଭାଗରେ ଆୟୁଷ୍ମାନ ପ୍ରଧାନ,ପି ଲକ୍ଷ୍ମୀ ପାଉଚି ଓ ଆଦର୍ଶ କୁମାର ମିଶ୍ର ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଉପ କନିଷ୍ଠ ବିଭାଗରେ ସlନଭି ବେହେରା, ପି ମୀନାକ୍ଷୀ , ସୋନlକ୍ଷି ନାଇଡୁ ଓ କନିଷ୍ଠ ବିଭାଗରେ ପ୍ରିନ୍ସ ମହାନନ୍ଦ,ଜିତେନ୍ଦ୍ର ସାହୁ ଓ ସଂକେତ ଖମାରୀ ଯଥାକ୍ରମେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କୃତି ପ୍ରତିଯୋଗୀଙ୍କୁ ମାନ ପତ୍ର, ଟ୍ରଫି ଓ ମେଡାଲ ରେ ସମ୍ମାନିତ କରାଯାଇ ଥିଲା।ପରିଶେଷରେ ଉତ୍ତୀର୍ଣ୍ଣ ହୋଇଥିବା କଳା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ରାଜେଶ୍ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ନୃତ୍ୟ ଗୁରୁ ଚେତନ ସାଗର ,ସଦାନନ୍ଦ ହରିପାଲ,ସୁମନ୍ତ ସାହୁ ସହଯୋଗ କରିଥିଲେ ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *