ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜ଼ିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ର ସମୀକ୍ଷା ବୈଠକ ଏସଏଚଜି ଭବନ ଠାରେ ବରଗଡ ଜିଲ୍ଲା ସଭାପତି ଅରୂପା ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ତଥା ସମୀକ୍ଷକ ଭାବେ ନବରଙ୍ଗପୁରର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ନବ ନିର୍ବାଚିତ ସ୍ଥାନୀୟ ବିଧାୟକ ଜମିଦାର ଶ୍ରୀମାନ ସନତ କୁମାର ଗଡତିଆ ଜିଲ୍ଲା ଉପସଭାପତି ପ୍ରବୀଣ ପାଣିଗ୍ରାହୀ ଓ ବିଧାନସଭା ନିର୍ବାଚନ ସଂଯୋଜକ ମଦନ ଦୀପ ଓ ଭାରତୀୟ ଜନତା ପାର୍ଟି ର ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଉକ୍ତ ବୈଠକ ରେ ଅତିଥିମାନଙ୍କ ଓ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସୌଜନ୍ୟ ମୂଳକ ସାକ୍ଷ୍ୟାତ ହେବା ସହ ବିଜେପୁର ନିର୍ବାଚନ ମଣ୍ଡଳୀର ଉନ୍ନତିମୂଳକ କାର୍ଯ୍ୟ ବିକାଶଧାରା କୁ ଆଗକୁ ବଢ଼ାଯିବା ପାଇଁ ଆଲୋଚନା କରାଗଲା l

ସାଧାରଣ ସମ୍ପାଦକ ମହେଶ ଦେବତା ଆଗାମୀ ୧୭-୦୭-୨୦୨୪ ବୁଧବାର ଦିନ ଏକ ବ୍ଲକସ୍ତରୀୟ ହେବାକୁ ଥିବା ରକ୍ତଦାନ ଶିବିରକୁ ବହୁମାତ୍ରାରେ ଯୋଗଦାନ କରି ରକ୍ତଦାନ ଶିବିରରେ ସହଯୋଗ କରି ସଫଳ କରିବାକୁ ଅନୁରୋଧ କରିଥିଲେ l ଓ ଶେଷରେ ମଣ୍ଡଳ ସଭାପତି ଯୋଗୀନ୍ଦ୍ର ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ