ଶ୍ରୀଶ୍ରୀ ନୃସିଂହନାଥ ପୀଠରେ ପ୍ରବଳ ଭିଡ଼

ବରଗଡ଼:(କ୍ରାନ୍ତି ଓଡ଼ିଶା)-ପଶ୍ଚିମ ଓଡିଶାର ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ, ପାହାଡ ପର୍ବତ ଘେରା ଶ୍ରୀଶ୍ରୀ ନୃସିଂହନାଥ ନାଥ ମନ୍ଦିର ଆଜି ବେଶ ଚଳଚଞ୍ଚଳ ହୋଇଛି। ପବିତ୍ର ଷଷ୍ଠୀ ତିଥି । ଆଜି ବିବାହ, ବ୍ରତ,ମଣ୍ଡନ ଇତ୍ୟାଦି ଶୁଭ ଲଗ୍ନର ଶେଷ ଦିବସ ଥିବା ବେଳେ, ବିଭିନ୍ନ ଜିଲ୍ଲା ତଥା ନିକଟବର୍ତ୍ତୀ ଛତିଶଗଡ଼ ରାଜ୍ୟରୁ ବହୁଲୋକଙ୍କ ସମାଗମ ଦେଖିବାକୁ ମିଳିଛି। କୋହଳା ପାଗ ସାଙ୍ଗକୁ ଝିପିଝିପି ବର୍ଷାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ସୁରକ୍ଷା, ନିରାପତ୍ତା ଦୃଷ୍ଟିରୁ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମାନ ପୁରୁଷୋତ୍ତମ ପ୍ରଧାନ ଏଠାରେ ଥିବା ୱେଟିଙ୍ଗ ହଲ ଗୁଡିକ ଖୋଲି ଦେଇଛନ୍ତି।

ଯଦ୍ୱାରା ଲୋକେ କୈାଣସି ହଇରାଣର ସମ୍ମୁଖିନ ହେଉନାହାନ୍ତି।ବିଗତ ବିଜେଡି ସରକାରଙ୍କ ଅମଳରେ ୨୨ କୋଟି ୭୮ଲକ୍ଷ ଟଙ୍କାର ଶ୍ରୀଶ୍ରୀ ନୃସିଂହନାଥ ପୀଠର ଉନ୍ନତିକରଣ କରାଯାଇଥିବା ପ୍ରଚେଷ୍ଟାରେ ନିର୍ମିତ ଯାତ୍ରୀ ନିବାସ,ମନ ମୋହିବା ପାଇଁ ସେଲଫି ପଏଣ୍ଟ ପାଲଟିଛି ଆମର ନୃସିଂହନାଥ, ବିଭିନ୍ନ ଠାକୁର ମାନଙ୍କ ପ୍ରତିମୂର୍ତ୍ତି।ପିଲାଏ ଭରପୁର ମଜା ଉଠାଉଥିବାବେଳେ, ନୃସିଂହନାଥ ମନ୍ଦିରର ଦୁଇ ପାଶ୍ୱ ରାସ୍ତା କଡକୁ ଲାଗି ରହିଥିବା ବିଭିନ୍ନ ପ୍ରକାରର ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *