ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଓ ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସନତ ଗଡତିଆ ଙ୍କୁ ଗାଇସିଲେଟ ବ୍ଲକ୍ ରେ ଭାରତୀୟ ଜନତା ପାର୍ଟି ଗାଇସିଲାଟ,ବ୍ଲକ ପ୍ରଶାସନ,ନାଗରିକ କମିଟୀ, ୟୁଥ କ୍ଲବ, ବରିଷ୍ଠ ନାଗରିକ ସଂଘ , ଭିଆରପି ସଂଘ,ଶିକ୍ଷକ ସଂଘ ଆଦି ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ତେବେ ଗାଇସିଲେଟ ସାଂସଦ ଶ୍ରୀଯୁକ୍ତ ପୁରୋହିତଙ୍କ ନିଜ ଭିଟା ମାଟି ହୋଇଥିବାରୁ ନିର୍ବାଚିତ ପରେ ପ୍ରଥମ ଥର ପାଇଁ ନିଜ ଗାଁରେ ପହଞ୍ଚିଲା ପରେ ପ୍ରଥମେ ଜଗନ୍ନାଥ ମନ୍ଦିର ପରେ ରଧାକୃଷ ମନ୍ଦିର,ହନୁମାନ ମନ୍ଦିର, ବିନ୍ଧ୍ୟାବାସିନି ମନ୍ଦିର ରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଉଭୟ ସାଂସଦ ଓ ବିଧାୟକ ଗାଇସିଲେଟ ପଞ୍ଚାୟତ ସମିତି ମିଟିଂ ରେ ଯୋଗ ଦେଇ ବ୍ଲକ ପ୍ରଶାସନ ଓ PRI ମେମ୍ବର ମାନଙ୍କ ସହ ଗାଇସିଲେଟ ଅଞ୍ଚଳ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ମିଟିଂ ସରିବା ପରେ ଅନେକ ସମୟ ଧରି ବିଧାୟକ ଓ ସାଂସଦ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସମସ୍ତ ସମସ୍ୟା ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଗାଇସିଲେଟ ନାଗରିକ କମିଟି ପକ୍ଷରୁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଉଭୟ ସାଂସଦ ଓ ବିଧାୟକ ସମସ୍ତଙ୍କୁ ଏକ ହୋଇ ମିଳି ମିଶି ଗାଇସିଲେଟ ଅଞ୍ଚଳ ର ବିକାଶ କରିବା ପାଇଁ ଆହ୍ବାନ ଦେଇଥିବା ବେଳେ । ଅଞ୍ଚଳବାସୀଙ୍କ ପକ୍ଷରୁ ସମର୍ଥନ ଦେଇ ନିର୍ବାଚନ ରେ ବିଜୟୀ କରାଇଥିବାରୁ କୃତଜ୍ଞତା ଜଣାଇଥିଲେ ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ