ଅସହାୟଙ୍କୁ ସାହାଯ୍ୟ କରିବା ମଣିଷର ଧର୍ମ: ଗଜେନ୍ଦ୍ର ଙ୍କୁ ସାହାଯ୍ୟ କଲେ ଦେବେନ୍ଦ୍ର

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ୬୦ ବର୍ଷିୟ ଜଣେ ଗରିବ ବୃଦ୍ଧ ଗଜେନ୍ଦ୍ର ବାରିକ ନିଜ ବିଲ ଆଡକୁ ଯିବା ସମୟରେ ଅଚାନକ କୈାଣସି ପ୍ରକାରର ବିଷାକ୍ତ କଣ୍ଟା ଟିଏ ଅଜାଣତରେ ବିଗତ ୩ ମାସ ତଳେ ତଳିପାଦରେ ମାଡି ଦେଇଥିଲେ। ଧିରେ ଧିରେ ଗୋଡଟି ଇନଫେକସନ ହୋଇ ଫୁଲି ଯାଇଥିଲା। ଆର୍ଥିକ ଅନାଟନ ହେତୁ ଚିକିତ୍ସାରେ ଅବହେଳା ହୋଇଥିଲା। ଗୋଟିଏ ମାତ୍ର ପୁଅ।ସେ ଅନେକ ପ୍ରକାରର ଯୋଗାଡ କରି ବାପାଙ୍କୁ ଚିକିତ୍ସା ପାଇଁ ପଶ୍ଚିମାଞ୍ଚଳର ବଡ଼ ମେଡ଼ିକାଲ ବୁର୍ଲାକୁ ନେଇ ଦିର୍ଘ ଦୁଇମାସ କାଳ ରଖି ଚିକିତ୍ସା କରାଇଥିଲେ। ବୁର୍ଲା ରେ କେତୋଟି ଆଙ୍ଗୁଠି କଟା ଯାଇଥିଲା। ଆଙ୍ଗୁଠି କାଟିଲେ କଣ ହେବ,ଇନଫେକସନ ଜମାରୁ କମିଲା ନାହିଁ। ଶେଷରେ ବୁର୍ଲାରେ ଗୋଡ଼ କାଟିବାର ପ୍ରୟାସ ଦେଖି ଗଜେନ୍ଦ୍ର ପୁଅ ସାଥିରେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ଶେଷରେ ଉପାୟଶୂନ୍ୟ ହୋଇ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ ଦେବେନ୍ଦ୍ର ନାଥ ପଧାନ ଙ୍କ ସହ ଭେଟ ହୋଇଥିଲ।ଶ୍ରୀ ପଧାନ ଗଜେନ୍ଦ୍ର ଙ୍କ ଦୁଃଖରେ ମ୍ରିୟମାଣ ହୋଇ ନିଜେ ଡ୍ରେସିଂ କରିବା ଆରମ୍ଭ କରିଦେଇଥିଲେ।

ଯେଉଁ ବ୍ୟକ୍ତି ଇନଫେକସନ ହୋଇଥିବା କାରଣରୁ ଚଲାବୁଲା କରି ପାରୁନଥିଲା ବର୍ତ୍ତମାନ ସେ ନିଜେ ଚାଲି ଚାଲି ଡାକ୍ତରଖାନା କୁ ଆସି ଡ୍ରେସିଂ ହେଉଛନ୍ତି। ଏବଂ ଡ୍ରେସିଂ ଶ୍ରୀ ପଧାନ ନିଜ ହାତରେ ମୂଳରୁ ଆରମ୍ଭ କରିଛନ୍ତି।ବିରାଟ ଘା ହୋଇ ଇନଫେକସନ ଗୋଡଟି ଧିରେ ଧିରେ ଭଲ ଆଡକୁ ଗତି କରି ଚାଲିଥିବାରୁ ଶ୍ରୀ ଦେବେନ୍ଦ୍ର ନାଥ ପଧାନ ବେଶ ଖୁସି ବ୍ୟକ୍ତ ହୋଇଛନ୍ତି।ସେ ଯାହାବି ହେଉ ଦେବେନ୍ଦ୍ର ଜଣେ ସେବକ ଭାବେ ତାଙ୍କର ଦାୟିତ୍ଵ ତୁଲାଇବା ସାଙ୍ଗକୁ ଆର୍ଥିକ ଅନାଟନରେ ଗତି କରି ଚାଲିଥିବା ଶ୍ରୀ ଗଜେନ୍ଦ୍ର ବାରିକଙ୍କୁ ଆଜି ଡ୍ରେସିଂ କଲାପରେ ଗାମୁଛା,ଧୋତି ସାଙ୍ଗକୁ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ତତସଙ୍ଗେସଙ୍ଗେ ସର୍ବ ସମ୍ମୁଖରେ ମାସକୁ ମାସ ବର୍ଷେ ପର୍ଯ୍ୟନ୍ତ ନିଜ ଦରମାରୁ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସାହାର୍ଯ୍ୟ ଦେବାକୁ ମନସ୍ଥ କରିଛନ୍ତି ବୋଲି ମତପ୍ରଦାନ କରିଥିଲେ।ଏଇ ସମୟରେ ବିଜେପୁରର ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ପାଣିଗ୍ରାହୀ, ସୁବ୍ରତ ରଥ, ବରପାଲି ବ୍ଲକର ସମାଜସେବୀ ସୁଜିତ ଗଡତିୟା ଏବଂ ଡାକ୍ତରଖାନାର କର୍ମଚାରୀ ଗଣ ଉପସ୍ଥିତ ଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *