ପୁରୀ, ଚନ୍ଦନପୁର ନିକଟସ୍ଥ ତୁଳସୀ ଚଉରା ଗ୍ରାମରେ ପରମ୍ପରା ଅନୁଯାୟୀ ସନ୍ଥ ତୁଳସୀ ଦାସ ଜୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି |ଏହି ଭବ୍ୟ କାର୍ଯ୍ୟକ୍ରମରେ ଚିତ୍ରକୂଟ ତୁଳସୀ ପୀଠଧୀଶ୍ୱର ଜଗତଗୁରୁ ରାମନନ୍ଦାଚାର୍ଯ୍ୟ ପଦ୍ମ ବିଭୂଷଣ ରାମଭଦ୍ରାଚାର୍ଯ୍ୟ ଙ୍କ କରକମଳରେ ଏହି ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା |

ଏହି ଅବସରରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ କହିଥିଲେ ପାଞ୍ଚ ଶହ ବର୍ଷ ପୂର୍ବେ ସନ୍ଥ ତୁଳସୀ ଦାସ ପୁରୀରେ ପହଂଚି ପୁରୀ ଶ୍ରୀମନ୍ଦିର ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିବା ପରେ ଏହି ଗ୍ରାମରେ ଅବସ୍ଥାନ କରିଥିଲେ |ଏହି ସମୟରେ ତୁଳସୀ ଦାସଙ୍କ ମନରେ ଦ୍ଵନ୍ଦ ଉପୁଜି ଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ହାତ ଗୋଡ଼ କୁଆଡେ ଗଲା ” ଏ ତ ମୋ ରାମ ନୁହଁନ୍ତି ” |ଭଗବାନ ଜଗନ୍ନାଥ ନିଜେ ଏଠାରେ ଆବିର୍ଭାବ ହୋଇ ତୁଳସୀ ଦାସ ଙ୍କ ଦ୍ଵନ୍ଦ ଦୂର କରି ରାମ ରୂପରେ ଦର୍ଶନ ଦେଇଥିଲେ |
ଜାତୀୟ ପର୍ଯ୍ୟଟନ ସୂଚୀରେ ଏହି ଗ୍ରାମ ସ୍ଥାନ ପାଇବା ପାଇଁ ସରକାର ଙ୍କୁ କହି ପଦକ୍ଷେପ ନେବାପାଇଁ କହିଥିଲେ | ଏହି ଉତ୍ସବରେ ବଦ୍ରୀନାଥ ର ବାଲକ ଯୋଗେଶ୍ୱର ଦାସ ଜୀ ମହାରାଜ, ନେବଳ ଦାସ ମଠର ମହନ୍ତ ଡ଼ା ରାମ ଚରଣ ଦାସ, ମହିପ୍ରକାଶ ମଠର ମହନ୍ତ ଶୁଭାନନ୍ଦ ପୁରୀ, ଗୋବିନ୍ଦ ଗୋଧାମ ଗୋଶାଳାର ପ୍ରତିଷ୍ଠାତା ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା, ରାଜ୍ୟ ବିଜେପି ନେତ୍ରୀ ରଂଜିତା ପାଢ଼ୀ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ,ସମାଜସେବୀ ଦିଲ୍ଲୀପ ଖଣ୍ଡେଲବାଲ, ତାରା ଦେବୀ ଖଣ୍ଡେଲବାଲ, ମୁମ୍ବାଇ ର ଗିରିଶ ଭିଆଣି, ମହେଶ ଭିଆଣି , ବିଜୟ ଟେବ୍ରିବାଲ, ସରପଞ୍ଚ ମହେନ୍ଦ୍ର ମହାପାତ୍ର, ଗ୍ରାମ୍ୟ କମିଟି ସଭାପତି ବଳରାମ ମହାପାତ୍ର, ସମ୍ପାଦକ ସନ୍ତୋଷ ମହାପାତ୍ର, କୁଳଗୁରୁ ଜଗନ୍ନାଥ ଷଡ଼ଙ୍ଗୀ, ରବୀନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ |କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟସଭା ସାଂସଦ ଅରୁଣ ସିଂହ, ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, ଉମେଶ ଖଣ୍ଡେଲବାଲ ପ୍ରମୁଖ ଜଗତଗୁରୁ ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ |