ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ଜନସଂଖ୍ୟା ସ୍ଥିରତା ପକ୍ଷ ପାଳନ ଅବସରରେ ସଚେତନତା ରଥକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ଶୁଭ୍ର ପ୍ରକାଶ ସେନାପତି ସବୁଜ ରଙ୍ଗର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଇକମାଲ ଚିକିତ୍ସା ଅଧିକାରୀ ଡା.ଅଭିଲାଷ ମହାନ୍ତି,ଆୟୁଷ ଡା. ସଙ୍ଗୀତା ସାହୁ,ପିଏଚଇଓ ଦୀପାଞ୍ଜଳୀ ସାହୁ,ବିପିଏମ ରେବତୀ ମୋହନ ଜେନା, ସ୍ୱାସ୍ଥ୍ୟ ପରିଦର୍ଶକ ତୁଷ କୁମାର ଚନ୍ଦ୍ରକାର ଙ୍କ ସମେତ ସମସ୍ତ କର୍ମଚାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ।

ଏହି ସ୍ଥିରତା ପକ୍ଷ ସମୟରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ଆସନ୍ତା ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପିଏଚଇଓ ଶ୍ରୀମତୀ ସାହୁ ସୂଚନା ପ୍ରଦାନ କରିଛନ୍ତି।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ