୮୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ଅଞ୍ଚଳରେ ଥିବା ପାର୍ବତୀ ଗିରୀ ବୃଦ୍ଧା ଶ୍ରମ ଠାରେ ଦିର୍ଘ ୨ ବର୍ଷ ହେଲା ରହି ଆସୁଥିବା ଅନ୍ତେବାସୀ ଧନ ସିଂ ଘାସି ଆଜି ଅପରାହ୍ନ ୩.୩୦ ମିନିଟ୍ ରେ ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହୋଇଯାଇଛି। ସମ୍ବଲପୁର ଠାରୁ କେତେକ ସ୍ୱେଚ୍ଛାସେବୀ ବୃଦ୍ଧଙ୍କୁ ଉଦ୍ଧାର କରି ଏଇ ବୃଦ୍ଧାଶ୍ରମରେ ଛାଡିଥିଲେ।ଏଇ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯିବାରୁ ତାଙ୍କୁ ସ୍ଥାନୀୟ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସ୍ୱାସ୍ଥ୍ୟବସ୍ଥା ସ୍ଥିର ପରେ ତାଙ୍କୁ ବୃଦ୍ଧାଶ୍ରମ କୁ ଅଣା ଯାଇ ସମ୍ପୂର୍ଣ୍ଣ ବେଡରେଷ୍ଟ ଦିଆ ଯାଇଥିଲା। ହେଲେ କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜନିଜ ଅଭିନୟ ସାରି ବାହୁଡିବେ କାଳ ବଳେ ଉକ୍ତି ଅନୁସାରେ ତାଙ୍କର ମୃତ୍ୟୁ ହୋଇ ଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହେଉଥିବାବେଳେ,ବୃଦ୍ଧାଶ୍ରମ ର ଦାୟିତ୍ଵ ଥିବା ପରିଚାଳକ ଜଳନ୍ଧର ପଟେଲ ଏବଂ ତାଙ୍କ ସହଧର୍ମିଣୀ ଯଶୋବନ୍ତୀ ପଟେଲ,ପୁଅ ବିକାଶ ପଟେଲ ଓ ଜାନକୀ ପୁରୀ ଚାରି କାନ୍ଧ ଦେଇ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *