ବିଜେପୁରରେ ରଥଯାତ୍ରା: ଛେରାପହଁରା କଲେ ଜମିଦାର ସନତ କୁମାର ଗଡତୀୟା

ବରଗଡ଼:(କ୍ରାନ୍ତି ଓଡ଼ିଶା)- ବରଗଡ଼ ଜିଲ୍ଲା ବିଜେପୁରରେ ମହାବାହୁ ଙ୍କ ଘୋଷଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରବିବାର ବଡ଼ି ଭୋରରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ନିତିକାନ୍ତୀ ସମ୍ପର୍ଣ୍ଣ କରି ପହଡ଼ ଭଙ୍ଗ ପରେ ଦ୍ୱାର ଫିଟା ନିତି ପରେ ରିତିନିତି ସହକାରେ ପୂଜାର୍ଚ୍ଚନା କରାଯାଇଥିଲା। ଘଣ୍ଟଶଙ୍ଖ, ଦୁଲଦୁଲି ବାଜା ର ତାଳେତାଳେ ପୂଜକ ଓ ଭକ୍ତ ଶ୍ରଦ୍ଧାଳୁ ଗଣ ଜମିଦାର ସନତ କୁମାର ଗଡତୀୟାଙ୍କୁ ତାଙ୍କ ବାସ ଭବନରୁ ମନ୍ଦିର କୁ ପାଛୋଟି ଆଣିଥିଲେ।ଅପରାହ୍ନ ୫ ଘଟିକା ସମୟରେ ବଡ଼ ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା।

ବିଜେପୁର ଜମିଦାର ତଥା ବିଧାୟକ ଶ୍ରୀଯୁକ୍ତ ଗଡତୀୟା ପହଣ୍ଡି ବିଜେ ରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ରାଜପୁରୋହିତ କିଶୋର ଚନ୍ଦ୍ର ପୂଜାରୀ, ମନ୍ଦିର ପୂଜକ ନନ୍ଦ କିଶୋର ପୂଜାରୀ, ତୁଷାରକାନ୍ତ ପୂଜାରୀ ପୂଜାକର୍ମ ସମ୍ପାଦନ କରିଥିଲେ।ପରେ ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇ ରଥଟଣା ହୋଇଥିଲା। ନରେନ୍ଦ୍ର ମହାପାତ୍ର, ଚନ୍ଦନ ଶର୍ମା, ଭୂବନେଶ୍ୱର ସାହୁ, ସନ୍ତୋଷ ଦେହେରୀ ପ୍ରମୁଖ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ।ପରେ ଠାକୁର ଭକ୍ତଙ୍କ ଗହଣରେ ଶ୍ରୀଗୁଣ୍ଡିଚା ମାଉସୀ ମାଁ ମନ୍ଦିରକୁ ବିଜେ କରିଥିଲେ। ପବିତ୍ର ରଥଯାତ୍ରା ଦେଖିବାକୁ ପ୍ରବଳ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *