ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ରଜାପଡା ଠାରୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି ରଥା ରୂଢ ହୋଇ ଅପରାନ୍ହ ୪.୩୦ ମିନିଟରେ ରଜାପଡା କମିଟି ଓ ପଦ୍ମପୁର ସହିତ ଆଖପାଖ ଗାଁ ର ଶ୍ରଦ୍ଧାଳୁ ରଥ ଟାଣି ନେଇଥିଲେ । ଝିପି ଝିପି ବର୍ଷା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ଘ.୬ ଣ୍ଟା ସମୟରେ ଭେଉଁରିଆ ଛକ ପାଖକୁ ରଥ ଆସିବା ପରେ ମାଉସୀ ମାଁ ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ ଓ ଶାନ୍ତିନଗର , ମୈତ୍ରୀନଗର,ମାଷ୍ଟର କଲୋନୀ ଓ ପଦ୍ମପୁର ର ଭକ୍ତ ଗଣ ପଣ୍ଡିତ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୌରହିତ୍ୟରେ ମାଁ ମାଉସୀ ମାନେ ରଥ ଓ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସ୍ୱାଗତ କରି ପୂଜାଚ୍ଚର୍ନା କରି ରଥ ଟାଣିଥିଲେ। ଶାନ୍ତିନଗର ସ୍ଥିତ ମାଁଉସି ମାଁ ମନ୍ଦିର କୁ ନେଇଯାଇଥିଲେ ।

ଦଶମୀ ପର୍ଯ୍ୟନ୍ତ ସକାଳ ୭ ଘଣ୍ଟା ଓ ସନ୍ଧ୍ୟା ୬.୩୦ ମିନିଟରେ ଆଳତି ହେବ,ପ୍ରତ୍ୟେକ ଦିନ ସନ୍ଧ୍ୟା ଘ.୭ ଣ୍ଟା ସମୟରେ ପ୍ରବଚକ ଶ୍ରୀଯୁକ୍ତ ଇପ୍ସିତ ମିଶ୍ର ଙ୍କ ଦ୍ୱାରା ଜଗନ୍ନାଥ କଥାମୃତ ପରାୟଣ ଅନୁଷ୍ଠିତ ହେବ । ଅଷ୍ଟମୀ ଓ ନବମୀ ଦିନ ଶ୍ରୀ ଚୈତନ୍ୟ ମହାପ୍ରଭୁ ବୈଠକୀ ହେବା ପାଇଁ କମିଟି ସ୍ଥିର କରିଛି । ରଥ ଯାତ୍ରା ମାଉସୀ ମାଁ ମନ୍ଦିର ପୂଜା କମିଟି ର ସମସ୍ତ ସଦସ୍ୟ,ମୈତ୍ରୀନଗର ,ମାଷ୍ଟର କଲୋନୀ,ଶାନ୍ତି ନଗର ପଦ୍ମପୁରର ଅଗଣିତ ଜନସାଧାରଣ, ଶ୍ରଦ୍ଧାଳୁ ଓ ପଦ୍ମପୁର ପୋଲିସ ଙ୍କ ପୂର୍ଣ୍ଣ ସହାୟତାରେ ଶାନ୍ତିଶୃଙ୍ଖଳା ସହିତ ରଥଯାତ୍ରା ସମାପନ ହୋଇଥିଲା।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ