ଉଲବା ଠାରେ ୭୫ ତମ ଜିଲ୍ଲା ସ୍ଥରୀୟ ବନ ମହୋତ୍ସବ ପାଳନ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ଉଲବା ଠାରେ ୭୫ ତମ ଜିଲ୍ଲା ସ୍ଥରୀୟ ବନ ମହୋତ୍ସବ ପାଳନ କରାଯାଇଛି | ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ ଏକ ପେଡ଼ ମା କେ ନାମ ନାରାକୁ ନେଇ ଉଲବା ଠାରେ ୫ ହଜାର ବୃକ୍ଷ ରୋପଣ କରିବାର କାର୍ଯ୍ୟକ୍ରମ ରହିଛି | ତେବେ ଜିଲ୍ଲାରେ ୬ ଲକ୍ଷ୍ୟ ଚାରା ଲଗାଯିବାର ଲକ୍ଷ୍ୟ ରହିଥିବା ବରଗଡ଼ ବନଖଣ୍ଡ ଅଧିକାରୀ ଜଣାଇଛନ୍ତି |

ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ ଗଡ଼ତିଆ, ଅତାବିରା ବିଧାୟକ ନିହାର ମହାନ୍ଦ,ବରଗଡ଼ ବନଖଣ୍ଡ ଅଧିକାରୀ ଓ ୱାଇଲ୍ଡ ଲାଇଫ ଡି. ଏଫ. ଓ ଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ବୃକ୍ଷ ରୋପଣ କରାଯାଇଛି | ଜଙ୍ଗଲ ନଷ୍ଟ ଓ ଗଛ କାଟିବା ଫଳରେ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିବା ସହ ଯିବଯାନ୍ତୁ ସହ ମଣିଷ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ତେବେ ଏହାର ନିୟନ୍ତ୍ରଣ ପାଇଁ ବୃକ୍ଷ ରୋପଣ ସହ ବୃକ୍ଷର ଯତ୍ନ ନେବା ଆବଶ୍ୟକ |

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *