ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠା ଦିବସ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଚତୁର୍ବିଂଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୀତା ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା କେନ୍ଦ୍ରର ଉନ୍ନୟନ କାମରେ ନିଶ୍ଚିତ ଭାବରେ ନିଜର ସହଯୋଗ ରହିଵ ଵୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜନ୍ମ ଦିନ ପାଳନର ଆଧ୍ୟାତ୍ମିକ ଦିଗ ସଂପର୍କରେ ଆଲୋଚନା କରିଥିଲେ।ତାଳପଦର କଲେଜର ଅଧ୍ୟାପକ ଧନପତି ଦେବତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଗବାନଙ୍କ ସାନ୍ନିଧ୍ୟ ପାଇବା ପାଇଁ ଶିଶୁ ସୁଲଭ ନିଷ୍କପଟ ମନ ଆବଶ୍ୟକ ଵୋଲି ମତପୋଷଣ କରିଥିଲେ।

ଶିକ୍ଷୟିତ୍ରୀ ସ୍ଵର୍ଣ୍ଣପ୍ରଭା ମାହାଣା ଦୁର୍ଗା ସ୍ତୋତ୍ର ପଠନ କରିଥିଲେ। ଶିକ୍ଷା କେନ୍ଦ୍ରର ଛାତ୍ରୀଗଣ ମାତୃ ସଂଗୀତ ପରିବେଷଣ କରିଥିଲେ। ଛାତ୍ରୀ ଅରୋପ୍ରିୟା ଗୁରୁ ଇଂରାଜୀରେ ଵିଦ୍ୟାଳୟକୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଥିଲେ। ସଂପାଦକ ଦେବାର୍ଚ୍ଚନ ସାହୁ ସଂପାଦକୀୟ ବିବରଣୀ ପଠନ କରିଥିଲେ।ଏହି ଅବସରରେ ସ୍ଥାନୀୟ ଅମୃତ ଧାରା ନର୍ସିଂ ହୋମ ପକ୍ଷରୁ ଶିକ୍ଷା କେନ୍ଦ୍ରକୁ ପ୍ରଦାନ କରାଯାଇଥିବା ଓ୍ଵାଟର ଫିଲଟରକୁ ମୁଖ୍ୟ ଅତିଥି ଲୋକାର୍ପିତ କରିଥିଲେ। କୋଷାଧ୍ୟକ୍ଷ ପ୍ରତିମା ଗୁରୁ ସମାରୋହକୁ ସଂଯୋଜନା କରିଥିଲେ।ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବଳରାମ ସାହା, ପରିଚାଳନା କମିଟି ସଦସ୍ୟ କୁମର ମହାନନ୍ଦ,ମଧୁ ମହାପାତ୍ର, କୁନ୍ତଳା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଚାଳନା କମିଟି ସଦସ୍ୟ ରାଜେଶ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *