୭୫ ତମ ବନମହୋତ୍ସବ ପାଳିତ

ଗୁଡଭେଲା:(କ୍ରାନ୍ତି ଓଡ଼ିଶା)-ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଆଶ୍ରମ ବିଦ୍ୟାଳୟ, ମହିପୁର ଠାରେ ୭୫ ତମ ବନମହୋତ୍ସବ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ନାଏକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣର ଉପାଦେୟତା ସମ୍ବନ୍ଧୀୟ ଆଲୋଚନା କରିଥିଲେ ।

ଆମ୍ବ, ଜାମୁକୋଳି, ପିଜୁଳି, ଅଁଳା, ନିମ୍ବ, ବଉଳ,ଅମୃତଭଣ୍ଡା, ସଜନା, ଅଶ୍ଵଗନ୍ଧା, ପତାଳଗରୁଡ ଆଦି ବିଭିନ୍ନ ପ୍ରକାରର ୧୦୦ ଟି ବୃକ୍ଷରୋପଣ କରାଯାଇଥିଲା ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *