ବରପାଲି:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବରପାଲି ରୁ ଜନସଂଖ୍ୟା ନିୟନ୍ତ୍ରଣ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ବରପାଲି ସିଏଚସି ର ଅଧିକ୍ଷକ ଡାକ୍ତର ରାଜେଶ କୁମାର ବେହେରା ସବୁଜ ପତାକା ଦେଖାଇ ଏହି ସଚ଼େତନତା ରଥର ଶୁଭାରମ୍ଭ କରିଥିଲେ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଗାମୀ ୧୩ ତାରିଖ ଯାଏଁ ବରପାଲି ବ୍ଳକରେ ଯାଉଥିବା ସମସ୍ତ ଗ୍ରାମକୁ ଏହି ରଥ ବୁଲି ସଚେତନତା ର ସନ୍ଦେଶ ପ୍ରଦାନ କରିବ। ଏହା ବ୍ୟତୀତ ପୋଷ୍ଟର, ଲିଫଲେଟ ବଣ୍ଟନ, ସ୍ଵାସ୍ଥ୍ୟ କାନ୍ଥରେ ବାର୍ତ୍ତା, ଗୃପ ମିଟିଂ ଆଦି ଆୟୋଜନ କରି ଲୋକଙ୍କୁ ପରିବାର ନିୟୋଜନ ପଦ୍ଧତି ଅବଲମ୍ବନ କରିବାକୁ ସଚ଼େତନ କରାଯିବା ପାଇଁ ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ।

୧୧ ଜୁଲାଇରୁ ୨୪ ଜୁଲାଇ ଯାଏଁ ଜନସଂଖ୍ୟା ସ୍ଥିରତା ପକ୍ଷରେ ଲୋକଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚ଼ାର, ଆୟୁସିଡ଼ି, ଅନ୍ତରା, କଣ୍ଡୋମ, ଗର୍ଭ ନିରୋଧକ ବଟିକା ଆଦି ସେବା ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ରୁଦ୍ରଦେବ ଡନସନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଥିଲା । ବିପିଏମ ସୁବାଷ ଚନ୍ଦ୍ର ନନ୍ଦ,ବିଡିଏମ ନିଳକଣ୍ଠ ସାମନ୍ତ,ବାମ ଦିପକ ପଧାନ, ସମସ୍ତ କାର୍ଯ୍ୟରତ ସୁପରଭାଇଜର, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା, ଡ଼ାକ୍ତରଖାନା ସମସ୍ତ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ