ଯାଜପୁର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କୁ ଲକ୍ଷା ଧିକ ଭକ୍ତ ଙ୍କ ସମାଗମ କୁ ଲକ୍ଷ୍ୟ କରି ପୃର୍ବ ତଟ ରେଳ ପଥ ପକ୍ଷରୁ ଏଥର ଯାତ୍ରୀ ଙ୍କ ଆଗମନ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ର ପ୍ରଥମ ଥର ପାଇଁ ପାରାଦ୍ୱୀପ ରୁ ଭାୟ ହରିଦାସ ପୁର ଦେ ଇ ପୁରୀ କୁ ସ୍ୱତନ୍ତ୍ର ରେଳ ଗାଡି ଚଳାଚଳ କରିବ।

ଚଳିତ ଜୁଲାଇ ୬ ତାରିଖ ରାତି ୯ ଟା ରୁ ପାରାଦ୍ୱୀପ ପୁରୀ ମେମୁ ଟ୍ରେନ ଭାୟ ହରିଦାସପୁର ରୁଟ ରେ ଯାତ୍ରା କରିବ ଭୋର ପ୍ରାୟ ୩ ଟା ସମୟ ରେ ଏହା ପୁରୀ ରେ ପହଁଚିବ, ୬ ତାରିଖ ରୁ ୧ ୭ ତାରିଖ ପ୍ରଯ୍ୟନ୍ତ ଏହି ସମୟ ରେ ଟ୍ରେନ ପାରାଦ୍ୱୀପ ଠାରୁ ପୁରୀ ଚଳାଚଳ କରିବ, ଅପରାହ୍ନ ୩ ସମୟ ରେ ପୁରୀ ରୁ ବାହାରି ରାତି ୧o ସମୟ ରେ ପାରାଦ୍ୱୀପ ରେ ପହଁଚିବ ବୋଲି ରେଳବାଇ ସୂତ୍ର ରୁ ଜଣାପଡିଛି। ସୂଚନା ମୁତାବକ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ରାଜ୍ୟ ଓ ରାଜ୍ୟ ବାହାରୁ ମୋଟ 315ଟି ରେଳଗାଡ଼ି ଚଳାଚଳ କରିବ ବୋଲି ବିଭାଗ ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
ଶଶିକାନ୍ତ ସାହୁ, କ୍ରାନ୍ତି ଓଡିଶା, ବଡ଼ଚଣା