ବରଗଡ଼:(କ୍ରାନ୍ତି ଓଡ଼ିଶା)-ପୁରୀ ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ରେଡ଼ିଓ ଗ୍ରାଫର୍ ଲିଆକତ ଅଲ୍ଲୀ ଖାଁ ଙ୍କ ସରକାରୀ କର୍ମମୟ ଜୀବନରୁ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଗତ ତା ୩୦.୦୬.୨୦୨୪ ରିଖ ଦିନ ରଞ୍ଜନ ରଶ୍ମୀ ବିଭାଗ କର୍ମଚାରୀ ସଂଘ ପକ୍ଷରୁ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅବସର ପ୍ରାପ୍ତ ସିନିୟର ରେଡ଼ିଓ ଗ୍ରାଫର୍ ଗୋଲକ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ସମ୍ବର୍ଦ୍ଧନା ସଭା ପ୍ରାରମ୍ଭେ ଜୁନିୟର ରେଡ଼ିଓ ଗ୍ରାଫର୍ ବିଷ୍ଣୁତା ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସ୍ଥିତ କର୍ମଚାରୀ ସୁଲିନ ସ୍ୱାଇଁ, ମହେଶ୍ୱର ବିଶ୍ୱାଳ, ଜଗନ୍ନାଥ ଶତପଥୀ ଅବସର ପ୍ରାପ୍ତ ଅଲ୍ଲୀ ବାବୁଙ୍କ ସରଳ, ନିଷ୍ଠାପର, କର୍ତ୍ତବ୍ୟନିଷ୍ଠା,ସମୟାନୁବର୍ତ୍ତୀ, କର୍ମତତ୍ପର ଓ କୈାଶଳ ର ଭୂୟସୀ ପ୍ରଶଂସା କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଅଲ୍ଲୀ ବାବୁ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟରେ ଏକ୍ସ-ରେ ଟେକନିସିଆନ ଭାବେ ଦିର୍ଘ ୩୬ ବର୍ଷ କାର୍ଯ୍ୟ କରି ଜନସାଧାରଣଙ୍କୁ ନିରନ୍ତର ସଚ୍ଚୋଟ ସେବା ଯୋଗାଇ ଜନସାଧାରଣଙ୍କ ମାନସ ପଟରେ ସ୍ମରଣୀୟ ହୋଇ ରହିଛନ୍ତି।ସେ ୨୦୨୧ରେ ପଦୋନ୍ନତି ପାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିନିୟର୍ ରେଡ଼ିଓ ଗ୍ରାଫର୍ ପଦବୀରେ ଯୋଗଦେଇ ୨୦୨୨-୨୩ ରେ କର୍ମ ନିପୁଣତା ତଥା ସ୍ୱାସ୍ଥ୍ୟ ସେବା ଉତ୍କୃଷ୍ଟ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ଅନୁଷ୍ଠିତ ଭୁବନେଶ୍ବର ରାଜ୍ୟ ସ୍ତରୀୟ ଉତ୍ସବରେ ସମ୍ମାନୀତ ହୋଇଥିଲେ।ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅଲ୍ଲୀ ବାବୁ ଦିର୍ଘ ଦିନର ଅଭିଜ୍ଞତା ବର୍ଣ୍ଣନା କରି ଭାବବିହ୍ୱଳ ହୋଇ ଯାଇଥିଲେ। କର୍ମଚାରୀ ସଂଘ ତରଫରୁ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ, ନିରାମୟ,ସୁଦୀର୍ଘ, ଶାନ୍ତି ପ୍ରଦ ହେବାପାଇଁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଶେଷରେ ନିରାକାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ