ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ବରପାଲି ବ୍ଲକ କୁମ୍ଭାରୀ ଠାରେ ଆଜି ଅମ୍ବରିଶ ସାହୁ ଙ୍କ ସଭାପତିତ୍ୱ ରେ ପଞ୍ଚାୟତ ସ୍ତରୀୟ କୃଷକ ସଚେତନତା ଶିବିର ମାର୍କେଟ ୟାଡ଼ ଠାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର ଯୋଗଦେଇ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ସମାଧାନ ଦିଗରେ ଆଲୋଚନା କରିଥିଲେ। ତାଙ୍କର କହିବା ଅନୁସାରେ ଓଡିଶା, ଭାରତ ବର୍ଷ ର ତଳ ପଟୁ ଦୁଇନମ୍ବର ରାଜ୍ୟ ଅଟେ। ରାଜ୍ୟର କୃଷକ ମାନଙ୍କ ମାସକ ଆୟ ୫୧୧୨ ଟଙ୍କା ଯାହା କୃଷି କ୍ଷେତ୍ରରୁ କେବଳ ମାତ୍ର ୧୬୬୦ ତାଙ୍କ ଆୟ ଅଟେ। ଆୟ କମ ହେବାର ଅନେକ କାରଣ ଅଛି। ତତ ମଧ୍ୟରୁ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନ ମିଳିବା, ବଜାର ବ୍ୟବସ୍ଥା ଠିକ ନ ହେବା, ସୁଲଭ ମୂଲ୍ୟରେ କୃଷି ଯନ୍ତ୍ରପାତି, ସାର, ବିଭାନ, ଔଷଧ ଆଦି ନ ମିଳିବା ଏପରିକି ପ୍ରାକୃତିକ ବିପର୍ଯ୍ୟୟ କ୍ଷିତି ପୁରଣ ନ ପାଇଵା କାରଣ ରୁ ଓଡିଶା ଚାଷୀ ଗରିବ, ଜମି ଛାଡି ଦାଦନ ମୁହାଁ। ସଦ୍ୟ ସରିଥିବା ସାଧାରଣ ନିର୍ବାଚନ ରେ ନୂତନ ରାଜ୍ୟ ସରକାର ୩୧୦୦ ଧାନ କ୍ୟୁଣ୍ଟାଲ ଦେବା ପାଇଁ ଘୋଷଣା କରିଥିଲେ ଏବଂ ପ୍ରଥମ ବୈଠକ ରେ କୃଷକ ମାନଙ୍କ ଉନ୍ନତି ପାଇଁ କୃଷକ ସମୃଦ୍ଧି ନୀତି ୧୦୦ ଦିନ ମଧ୍ୟରେ ଆଣି କୃଷକ ମାନଙ୍କୁ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ କରିବୁ କହୁଛନ୍ତି। କିନ୍ତୁ ଚାଷୀ ମାନେ ୩୧ ଶହ ଟଙ୍କା ଧାନ କ୍ୟୁଣ୍ଟାଲ ପାଇବାକୁ ହେଲେ ମଣ୍ଡି ଜରିଆରେ ଧାନ ବିକ୍ରି କରିବାକୁ ପଡିବ ବୋଲି ସଭାରେ ଆଲୋଚନା ହେଲା। ବିଗତ ବର୍ଷ ର ଫସଲ ବୀମା ଏବଂ ଇନପୁଟ ସବସିଟି ପ୍ରସଙ୍ଗରେ ମଧ୍ୟ ସବିଶେଷ ଆଲୋଚନା ପର୍ଯ୍ୟାଲୋଚନ ହେଲା। ପରେ ସର୍ବ ସମ୍ମତି କ୍ରମେ କୁମ୍ଭାରୀ ପଞ୍ଚାୟତ ସ୍ତରରେ ଗୋଟିଏ କୃଷକ କମିଟି କରି ଚାଷୀଙ୍କ ହକ ଅଧିକାର ପାଇଁ ସଦାସର୍ବଦା ସଚେତନ ରହି ଲଢେଇ କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ଦିନିକିଆ ଶିବିରରେ ଆଞ୍ଚଳିକ କୃଷକ ସଂଗଠନ ବରପାଲି ସଭାପତି କାରଣ ସାହୁ, ନିରଞ୍ଜନ ପଧାନ ଏବଂ କୃଷ୍ଣଚନ୍ଦ୍ର ଭୋଇ , ଦିବାକର ବୁଧୀଆ, ଡୋଲାମଣୀ ସାହୁ , ଅରୁଣ ପୂଝରୀ,ଭୁବନେଶ୍ୱର ଖମାରୀ, ଗୁଣନିଧି ପଧାନ, ଘନଶ୍ୟାମ ସାହୁ, ସୁରେନ୍ଦ୍ର ଭୋଇ, କୁମର ମଣି ସାହୁ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେକେ ଅଞ୍ଚଳର ଶହ ଶହ ଚାଷୀ ଶିବିର ରେ ଯୋଗ ଦେଇଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ