ଜାତୀୟ ଚାର୍ଟ ଦିବସରେ ଅଭିନବ ପ୍ରୟାସ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ଜାତୀୟ ଚାର୍ଟ ଦିବସ ଅବସରରେ ବରଗଡ଼ ସହରର ପ୍ରାଜ୍ଞା ଉତ୍କଳିକା ମିଶ୍ରଙ୍କ ଅଭିନବ ପ୍ରୟାସ। ସମସ୍ତ ରାଜ୍ୟ ମାନଙ୍କର ଚାର୍ଟ ତିଆରି କରି ଏକ ଅନନ୍ୟ ପ୍ରତିଭା ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଯଥା ଜମ୍ମୁ କାଶ୍ମୀର ର ଫ୍ରୁଟ୍ସ ଚାର୍ଟ, ଉତ୍ତରାଖଣ୍ଡ ର ମୁଗ ଦାଲ ଚାର୍ଟ, ହିମାଚଳ ପ୍ରଦେଶ ର କଚ୍ଚା ଆଳୁ ଚାର୍ଟ, ଅରୁଣାଚଳ ପ୍ରଦେଶ ଦହି ପୁଚକା ଆସାମ ର ଚତାପଟା ଆଳୁ ଚାର୍ଟ, ମଣିପୁର ବ୍ଲାକ ପେସ ଚାର୍ଟ, ହରିୟଣା ର ପଞ୍ଚ କୁଲା ଆଳୁ ଚାର୍ଟ, ପଞ୍ଜାବ ର ସମୋଷା ଚୋଲେ ଚାର୍ଟ, ରାଜସ୍ଥାନ ର ରାଜ କଚୋଡ଼ି, ୟୁପି ର ବନାରସ ଟମାଟୋ ଚାର୍ଟ, ଦିଲ୍ଲୀ ରେ କୂଳିଆ ଚାର୍ଟ, ଦାହିଭଳା ଚାର୍ଟ, ଆଳୁ ଟିକି ଚାର୍ଟ, ପଶ୍ଚିମ ବଙ୍ଗ ର ପାପଡି ଚାର୍ଟ, ଓଡ଼ିଶା ର ଦହିବରା ଚାର୍ଟ, ମହାରାଷ୍ଟ୍ର ର ରଗଡା ପେଟିସ ଚାର୍ଟ, ମଧ୍ୟ ପ୍ରଦେଶ ର ସାଗୁ ଟିକି ଚାର୍ଟ, ଝାଡ଼ଖଣ୍ଡ ର ଗୋଲଗୋପା ଚାର୍ଟ, ବିହାର ର ସମୋସା ଚାର୍ଟ, କର୍ଣ୍ଣାଟକ ର କର୍ନ ପାଇନପଲ ଚାର୍ଟ, କେରଳ ର ବନାନା ଚାର୍ଟ ତାମିଲନାଡୁ ର ମସଲା ସଂଦଲେ ଚାର୍ଟ, ଛତିଶଗଡ ର ଆଳୁ ପନିରଚାର୍ଟ, ଆନ୍ଧ୍ର ପ୍ରଦେଶ ର ମୀର୍ଚି ଭାଜି, ଗୁଜୁରାଟ ର ଫାଫଡା ଚାର୍ଟ । ସମସ୍ତ ସାମଗ୍ରୀ ଅନେକ ରାଜ୍ୟ ରୁ ସଂଗ୍ରହ କରି ସେ ଏକ ମାସ ସମୟ ରୁ ପ୍ରସ୍ତୁତି କରିଥିଲେ। ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ଶୁଭେଚ୍ଛା ର ସୁଅ ଛୁଟୁଛି ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *