ପୁରୁଣାବସ୍ତି କଟା ସମସ୍ୟାର ସମାଧାନ ପାଇଁ ବିଧାୟକଂକ ପଦକ୍ଷେପ ସ୍ଥାନୀୟ ଅଧିବାସୀଂକ ସହ ଆଲୋଚନା ପରେ ବିଧାୟକ କହିଲେ ସମାଧାନ ନିଶ୍ଚିତ

ଝାରସୁଗୁଡ଼ା, ଆଜି ମାନ୍ୟବର ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ପୁରୁଣା ବସ୍ତି କଟା ଓ ମୁଖ୍ୟ ନାଳର କାର୍ଯ୍ୟ ସଂପର୍କରେ ଆଲୋଚନା ପାଇଁ ପୁରୁଣା ବସ୍ତି କଟାଠାରେ ଏକ ସଭାରେ ଯୋଗଦେଇଥିଲେ।ଏହି ସଭାରେ ପୁର୍ତ୍ତ ବିଭାଗର ଅଧିକ୍ଷିଣ ଯନ୍ତ୍ରୀ ଶ୍ରି ସଞ୍ଜୀତ ପାଣିଗ୍ରାହୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରି ଆଶିଷ କୁମାର ଲେଙ୍କା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷିଣ ଯନ୍ତ୍ରୀ ଶ୍ରୀ ଦେବଦତ୍ତ ଦାସ ନିର୍ବାହୀ ଯନ୍ତ୍ରୀ ସୁଶ୍ରୀ ପ୍ରିୟଙ୍କା କାଲୋ ପୈ।ରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଦିଲିପ କୁମାର ମହାନ୍ତି ଶ୍ରୀ ବିଶ୍ଵ ରଞ୍ଜନ ସାହୁ ଯୋଗ ଦେଇଥିଲେ। ମୁଖ୍ୟନାଳର କାମ ଗତ ୨୦୧୯ ମସିହା ରୁ କରିବା ପାଇଁ ପୁର୍ଣ୍ଣ ବିଭାଗକୁ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ଆରମ୍ଭ ହୋ ଇନଥିବା ସଂପର୍କ ରେ ପୁର୍ତ୍ତ ବିଭାଗ ର ଅଧିକାରୀ କହିଥିଲେ ଯେ ଜମି ଚିହ୍ନଟ ପ୍ରକ୍ରିୟା ପାଇଁ କାର୍ଯ୍ୟ ଆରମ୍ଭରେ ବିଳମ୍ବ ହେଉଛି।

ଏହାର ସମାଧାନ ପାଇଁ ବିଧାୟକ କହିଥିଲେ ଯେ ପୈ। ର ପରିଷଦ ଅଧିକାରୀ ଓପୁର୍ତ୍ତଵିଭାଗ ଅଧିକାରୀ ମିଳିତ ଭାବେ ଜମି ଚିହ୍ନଟ କରି ୨ ରୁ ୩ ଦିନ ମଧ୍ୟରେ ନାଳ କାର୍ଯ୍ୟ ଯେତିକି ହୋଇ ପାରିବ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ଓ ଉଭୟ ବିଭାଗ ଏଥିରେ ସହମତି ପ୍ରକାଶ କଲେ।ପୁରୁଣା ବସ୍ତିର ନାଳ ଗୁଡିକରେ ବର୍ଷାଜଳ ନିଷ୍କାସନ ପାଇଁ ଯେପରି କୈ।ଣସି ଅସୁବିଧା ସୃଷ୍ଟି ହେବନାହିଁ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପୈ। ର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପୁରୁଣାବସ୍ତି କଟାର ବର୍ତ୍ତମାନ ଦଳ କିପରି ସଫା କରାଯାଇପ।ରିବ ସେ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ପୈ।ର ପରିଷଦ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କଟାର ଉନ୍ନତି ଓ ସୈ।ନ୍ଦର୍ଯ୍ୟକରଣ ଓ ଵୋଟିଙ୍ଗ ର ବ୍ୟବସ୍ଥା କରିବା ପାଇଁ ଏକ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷିଣ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶନ ଦେଇଛନ୍ତି।ଯଦି ଆବଶ୍ୟକ ପଡେ ପୈ। ର ପରିଷଦ କୁ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟ କରିବା ପାଇଁ ଏନ୍ ଓ ସି ଦେବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ନୀଳାମ୍ବର ମହାପାତ୍ର, ନିରଞ୍ଜନ ତ୍ରିପାଠୀ, ମନୋରଞ୍ଜନ ମହାପାତ୍ର,ନେତ୍ର ମହାପାତ୍ର,ନେତାଜୀ ପଟ୍ଟନାୟକ, ମୁନକୁ ପାଣ୍ଡେ, ପୁନମ ଯାଈଶ୍ୱାଳ,ମନୋଜ କଲେଥ, ଦିଲେଶ୍ଵର ରାଓ, ସରୋଜ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ l ବିଧାୟକଙ୍କ ଏପରି ପ୍ରଚେଷ୍ଟା ପାଇଁ ପୁରୁଣା ବସ୍ତି ର ଜନସାଧାରଣ ଏବଂ ନବଯୁବକ ସଙ୍ଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି l

Leave a Reply

Your email address will not be published. Required fields are marked *