ତାଲପଦର ଗାଁରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ

ତାଲପଦର:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଠାରେ ସୋମବାର ସନ୍ଧ୍ୟା ୫ଟା ସମୟରେ ନବନିର୍ବାଚିତ ବିଧାୟକ ସନତ କୁମାର ଗର୍ତିଆଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି ଗାଁ ଲୋକେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେପି ଦଲ ପକ୍ଷରୁ ନବନିର୍ବାଚିତ ଭାବେ ସନତ କୁମାର ଗର୍ତିଆଙ୍କୁ ଲୋକେ ବହୁମତ ଭୋଟ ଦେଇ ବିଜୟ କରିଥିଲେ ।

ଆଜି ତାଲପଦର୍ ଠାରେ ବିଧାୟକ ସନତ କୁମାର ଗର୍ତିଆଙ୍କୁ ଭବ୍ୟ ସ୍ଵାଗତ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି ଏବଂ ଉକ୍ତ ଗ୍ରାମରେ ଥିବା ବିଭିନ୍ନ ସମସ୍ୟା କୁ ନେଇ ବିଧାୟକଙ୍କୁ ଜଣାଇଥିଲେ ଗ୍ରାମବାସୀ । ଏହି ଅବସରରେ ଗାଁର ସୁବୋଧ ପଧାନ ଙ୍କ ଝିଅ ବାହା ଘରରେ ମଧ୍ଯ ସାମିଲ ହୋଇ ଆଶିର୍ବାଦ ଦେଇଥିଲେ । ତାଙ୍କ ସହ ଏହି ଗାଁର ଗାଁ ଗୌତିଆ ଚୁଡ଼ାମଣି ପଧାନ, ସୋମନାଥ ପଧାନ, ସୁଶାନ୍ତ ମିଶ୍ର, ବାସୁଦେବ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *