ସୀମା ଜ୍ବେଲେରୀରୁ ସଟର ତାଡ଼ି ଲୁଟ ଉଦ୍ୟମ ବିଫଳ

ଅମ୍ବାଭୋନା:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଭୁକ୍ତା -ପ୍ରକାଶପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି। ଭୁକ୍ତା -ପ୍ରକାଶପୁର ଅଂଚଳରେ ଖୁଲମଖୁଲା ଭାବରେ କପଶିରଫ ବିକ୍ରି ଚାଲିଥିବା ବେଳେ ପୋଲିସ କିମ୍ବା ଅବକାରୀ ବିଭାଗ ତରଫରୁ ଧରପଗଡ ହେଉନାହିଁ।ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଚୋରି, ଲୁଟ ପାଟ ବୃଦ୍ଧି ପାଇଛି ।ଗତ ରବିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଭୁକ୍ତା ମୁଖ୍ୟ ରାସ୍ତା କଡ଼ରେ ଥିବା ସୀମା ଜ୍ବେଲେରୀରୁ ସଟର ତାତି ଚୋରି ଉଦ୍ୟମ କରିଥିଲେ। ମାତ୍ର କୋୖଣସି କାରଣରୁ ସେମାନେ ବିଫଳ ହୋଇ ସେଠାରୁ ପଲାଇଛନ୍ତି।

ଏ ନେଇ ଦୋକାନ ମାଲିକ କୃଷ୍ଣଚନ୍ଦ୍ର ସାହୁ ଅମ୍ବାଭୋନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାରମ୍ବାର ଦୁର୍ବୃତ୍ତ ମାନଙ୍କ ଉପଦ୍ରବ ଲାଗିରହିଥିବାରୁ ଅଂଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବା ସହ ନିଶା କାରବାର ନିୟନ୍ତ୍ରଣ ପ୍ରତି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମାନେ ନିବେଦନ କରିଛନ୍ତି ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *