ଝାରସୁଗୁଡା, ବାବୁଛିପିଡିହି ଓ ଜାମମାଲ ଗ୍ରାମପାୟତରେ ଆଜି ନବ ନିର୍ବାଚିତ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି l ପାକେଲପଡା, କୁଅଁର ମାଲ, ଡୁଡୁକା ବାହାଲ, ଅଦ୍ଧାରୀ ମୁଣ୍ଡା, ବାବୁଛିପିଡିହି, ହୁଡୁକୁଡିହି, ବାଇଗନ ବୁଡ଼, ନାଏକ କର୍ଲା, ମୁକୁଳା ପଡା, ଜାମମାଲ, ରାଉତ ବାହାଲରେ ବାଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l

ମୋତିଲାଲ ଦଣ୍ଡସେନା, କୁଲମଣି କିସାନ, ପ୍ରଦୀପ ପ୍ରଧାନ, ନବୀନ କର୍ତ୍ତା, ସୁବିତ ବାଗ, ଭଗବାନ ନାଏକ, ଈଶ୍ୱର ବାଗ, ଧନୁର୍ଯ୍ୟ ପଶାୟତ, ଦୁତିଆ ଧୂରୁଆ, ରୋମାଞ୍ଚ ବୁଦୁଲା, ସୁଶାନ୍ତ ନାଏକ, ଅଭି ମାଝୀ, ବିନୋଦ ବୁଦୁଲା, ନବୀନ ପିଙ୍ଗ, ସନ୍ତୋଷିନୀ ବୁଦୁଲା ସହିତ ଶତାଧିକ ବିଜେପି କର୍ମୀ ସମ୍ବର୍ଦ୍ଧିତ ସଭାରେ ଉପସ୍ଥିତ ଥିଲେ l ଆଗାମୀ ଦିନରେ ଜଳ ଯୋଗାଣ ଏବଂ ଜଳାଶୟ ଗୁଡିକର ପୁନରୁଦ୍ଧାର କରି ଗାଁ ଗାଁରେ ଜଳ ସଂକଟ ଜନିତ ସମସ୍ୟା ଦୂର କରିବା ପ୍ରାଥମିକତା ହେବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି ।