ହେପି ପାଇକମାଳ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

୩୪ ୟୁନିଟ ରକ୍ତ ସଂଗୃହୀତ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ରକ୍ତ ଦାନ ଜୀବନ ଦାନ ,ରକ୍ତ ଦାନ ମହତ ଦାନ ଏହା କୁ ବ୍ରତ କରି ତଥା ପଦ୍ମପୁର ରକ୍ତ ଭଣ୍ଡାରରେ ଥିବା ରକ୍ତର ଅଭାବ କୁ ଦୂର କରିବା ପାଇଁ ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଥିବା ହେପି ପାଇକମାଲ ଅନୁଷ୍ଠାନ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ମୋଟ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ସଂଗ୍ରାମ କେଶରୀ ମହନ୍ତ ଓ ତାଙ୍କ ସହକର୍ମୀ ଆସି ରକ୍ତ ସଂଗ୍ରହ କରିଥିଲେ ।

ହେପି ପାଇକମାଲ ର ଉପଦେଷ୍ଟା କମିଟିର ସଦସ୍ୟ ସର୍ବଶ୍ରୀ:-ୟୋଗେଶ୍ ଅଗ୍ରୱାଲ, ରୋଷଣ ପାଣିଗ୍ରାହୀ, କୁନ୍ଦନ୍ ପ୍ରଧାନ, ମାନସ ରଞ୍ଜନ ନାୟକ, ଶେଷଦେବ ରଣା, ରୁଦ୍ଧାନନ୍ଦ ସାହୁ ଓ ଶୁଭମ୍ ଶ୍ରୀ ଚନ୍ଦନ ସା ଙ୍କ ନେତୃତ୍ୱରେ ଏବଂ ପାଇକମାଲ ଅଞ୍ଚଳବାସୀ ଙ୍କ ସହଯୋଗ ରେ ଏହି ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା । ନିୟମିତ ଅନ୍ତରାଳରେ ଏହି ଭଳି ରକ୍ତ ଦାନ ଶିବିର ଆୟୋଜନ କରାଯିବ ବୋଲି ହେପି ପାଇକମାଲ ର ସଭାପତି ୟୋଗେଶ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *