ଏକ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲାରେ ହୀରାକୁଦ କେନାଲ ବିଭାଗ,କୃଷକ ସଙ୍ଗଠନ ଓ ପାଣିପଞ୍ଚାୟତ କର୍ମକର୍ତ୍ତା ମାନଙ୍କ  ସହିତ ପାଣି ପଞ୍ଚାୟତ ସଭା ଗୃହ ଠାରେ ବୁର୍ଲା ACE ବସନ୍ତ କୁମାର ସାହୁ ଙ୍କ ସଭାପତିତ୍ୱ ରେ ମିଳିତ ବୈଠକ ବସିଥିଲା। ପୃଥିବୀ ର ସବୁ ଠାରୁ ଦୀର୍ଘତମ ନଦୀ ବନ୍ଦ ହୀରାକୁଦ ଜଳଭଣ୍ଡାର ଅଟେ। ଏହି ଜଳଭଣ୍ଡାର ଜିରୋ ପଏଣ୍ଡ ଠାରୁ ବରଗଡ଼ କେନାଲ ବାହାରିଅଛି। ଏହି କେନାଲ ଅତାବିରା, ଭେଡେନ, ବରଗଡ଼, ବରପାଲି ସମେତ ସୋନପୁର ର ଡୁଙ୍ଗୁରିପାଲି ବ୍ଲକ ର ଜମି ଜଳ ସେଚିତ ହୋଇଥାଏ।

ପରିଚାଳନା ଦୃଷ୍ଟି ରୁ ଜିରୋ ପଏଣ୍ଡ ଠାରୁ ବୁର୍ଲା କେନାଲ ଡିଭିଜନ ରେ ଥିବା ବେଳେ ବରଗଡ଼ ବେହେରା ଠାରୁ ବରଗଡ଼ ଡିଭିଜନ ବରଗଡ଼ ଓ ଭେଡେନ ର କିଛି ଅଂଶ ଏବଂ ବରପାଲି ଡିଭିଜନରେ ବରପାଲି, ଡୁଙ୍ଗୁରିପାଲି ଏବଂ ଭେଡେନ ର କିଛି ଅଂଶ ପରି ଚଳିତ ହେଉଛି। ସେଥିପାଇଁ ବୁର୍ଲା ଡିଭିଜନ ରୁ S E ପି. କେ. ସାମଲ ବରଗଡ଼ ଡିଭିଜନ ରୁ S E ମଦନ ମୋହନ ମହାନ୍ତି SDO ଅତାବିରା ଦିବ୍ୟା କିଶୋର କୌର, ଗୋଡ଼ଭଗା ଅମିତ କୁ ଭିତ୍ରିଆ, ବୁର୍ଲା ଶୁଭମ ଅଗ୍ରୱାଲ ସମେତ ସମସ୍ତ JVE ଉପସ୍ଥିତ ଥିଲେ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସଂଗଠନ ପକ୍ଷରୁ ଦେଖା ଦେଉଥିବା ଅନେକ ସମସ୍ୟା ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷ ମୁଣ୍ଡ ପର୍ଯ୍ୟନ୍ତ କେନାଲ ପାଣି ପହଞ୍ଚାଇବା, ପାଣି ରୋଟେସନ, କ୍ରସ ବନ୍ଦ ଦେବା, କେନାଲ ବିଭିନ୍ନ ସ୍ଥାନରେ ଜବର ଦଖଲ, କେନାଲ କୁ ଡ୍ରେନ ଭାବେ ବ୍ୟବହାର, କେନାଲ ମରାମତି ନାଁ ରେ କୋଟି କୋଟି ଟଙ୍କା ଦୁର୍ନୀତି ଆଦି ପ୍ରସଙ୍ଗ ଉପସ୍ଥାପନା କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ। ବିଭାଗୀୟ ଆଦିକାରୀ ମାନେ କେନାଲ ରକ୍ଷଣ ବେକ୍ଷଣ ପାଇଁ ଆବଶ୍ୟକ ଅର୍ଥ ମଜୁରୀ ହେଉ ନାହିଁ ଏବଂ ମଜୁରୀ ହେଥିବା ଟଙ୍କା ମଧ୍ୟ କେନଲରେ ପାଣି ଆସୁଥିବାରୁ ଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ ବୋଲି କହିଥିଲେ। ସେଥିପାଇଁ ଠିକ ସମୟ ରେ କେନାଲ ପାଣି ଛାଡିବା ଏବଂ ବନ୍ଦ କରି ବା ସମୟ ସ୍ଥିର ହେଲେ ଠିକାଦାର କାମ କରିବା ପାଇଁ ସମୟ ପାଇବେ।

ଏବଂ ଯଦି କେନାଲ ଶେଷ ମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟ ହୋଇ ଗଲେ ପାଣି ସମସ୍ୟା ପ୍ରାୟ ସମାଧାନ ହେବ ବୋଲି ବିଭାଗୀୟ ଅଧିକାରୀ ମାନେ ପ୍ରକାଶ କରିଥିଲେ। ବରଗଡ଼ କେନାଲ ରୁ ଗଙ୍ଗାଧର ମେହେର ଉଠା ଜଳସେଚନ ବ୍ୟବସ୍ଥା ରେ ବରଗଡ଼ କେନାଲ ଉପରେ କୌଣସି ପ୍ରଭାବ ପଡିବ ନାହିଁ କହିଛିନ୍ତି। ଚଳିତ ଖରିଫ ଋତୁ ପାଇଁ ଆସନ୍ତା ଜୁଲାଇ 1 ତାରିଖରୁ କେନାଲ ପାଣି ଛଡ଼ାଯିବ ବୋଲି କହିଛନ୍ତି। ଆଲୋଚନା ରେ ସଂଯୁକ୍ତ କୃଷକ ସଙ୍ଗଠନ ର ରମେଶ ମହାପାତ୍ର, ଉତ୍ପନ୍ନ ଭୋଇ, ଭେଡେନ କୃଷକ ସଂଗଠନ ର ସୁଦାମ ପାତ୍ର, ଓଡିଶା ରାଜ୍ୟ କୃଷକ ସଂଗଠନ ବୀରେନ୍ଦ୍ର କର, ଆଞ୍ଚଳିକ କୃଷକ ସଂଗଠନ ବରପାଲି କାରଣ ସାହୁ, ତପନ ମିଶ୍ର, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ଏକାଦସିଆ ସାହୁ, ପ୍ରଶାନ୍ତ ସାହୁ ଏବଂ ଡୁଙ୍ଗୁରିପାଲି ସୁଶାନ୍ତ ସାହୁ ଆଲୋଚନା ରେ ଭାଗ ନେଇଥିଲେ। ବରଗଡ଼ ଡିଭିଜନ ର ପାଣି ପଞ୍ଚାୟତ ସମିତି ସଦସ୍ୟ ମାନେ ଏବଂ ଅନେକ କୃଷକ ମାନେ ମଧ୍ୟ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜ ନିଜ ସମସ୍ୟା ସମାଧାନ ପାଇଁ ଉପସ୍ଥାପନା କରିଥିଲେ ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *