ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ପଦ୍ମପୁର ସହରର ସର୍ବ ପୁରାତନ ଆଗାମୀ ସାହିତ୍ୟ ସଂସଦ ଅନୁଷ୍ଠାନ ର ସ୍ରଷ୍ଟା ତଥା ପ୍ରତିଷ୍ଠାତା ସଦସ୍ଯ ସ୍ବର୍ଗତ ନାରାୟଣ ପୃଷେଠ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଂସଦ ର ସଭାପତି ପ୍ରମୋଦ କୁମାର ପାଢ଼ୀ , ଅବସରପ୍ରାପ୍ତ ଅଧ୍ୟାପକ ଅମୂଲ୍ୟ କୁମାର ସାହୁ, ଆଗାମୀ ସାହିତ୍ୟ ସଂସଦ ର ସମ୍ପାଦକ ଅଶୋକ ବହିଦାର, ଉପସଭାପତି ସଞ୍ଜୟ ବହିଦାର,ଓ ଅବସରପ୍ରାପ୍ତ ଅଧ୍ୟାପକ ବାଞ୍ଛାନିଧି ପଣ୍ଡା ପ୍ରମୁଖ ମଞ୍ଚାସିନ ଥିବା ବେଳେ ଉପସଭାପତି ସଞ୍ଜୟ ବହିଦାର ସ୍ବାଗତ ଭାଷଣ ଦେଇଥିବା ବେଳେ ନାଟ୍ୟକାର ତଥା ସଂସଦ ର ସମ୍ପାଦକ ଅଶୋକ ବହିଦାର ସମ୍ପାଦକିୟ ସମ୍ଭାଷଣ ପ୍ରଦାନ କରିଥିଲେ ।

ସ୍ବର୍ଗତ ପୃଷେଠ ଙ୍କ ପଦ୍ମପୁର ପ୍ରତି ଥିବା ଅନେକ ଅବଦାନ ମଧ୍ୟ ରୁ ଏହି ସାହିତ୍ୟ ଅନୁଷ୍ଠାନ କୁ ଜୀବନ ପ୍ରଦାନ କରି ଗଢି ଥିବାରୁ ଉପସ୍ଥିତ ସମସ୍ତ ସାହିତ୍ୟିକ, ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମଞ୍ଚାସିନ ଅତିଥିମାନଙ୍କ ଦ୍ବାରା ଏକ ଛୋଟିଆ ବ୍ୟକ୍ତିଗତ ପତ୍ରିକା ଆଗାମୀ ଉନ୍ମୋଚିତ ସୋଇଥିଲା। ଏହି ସଭାରେ ଗାଇସିଲେଟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜୟକେତନ ତ୍ରିପାଠୀ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ