ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ପଦ୍ମପୁର ସହର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ର ଡିଭାଇଡର କୁ ବହୁ ସ୍ଥାନରେ ବେଆଇନ ଭାବରେ ଭଙ୍ଗାଯାଇ ବ୍ଯବସାୟ ପ୍ରତିଷ୍ଠାନ କୁ ରାସ୍ତା ର ସୁବିଧା କରାଯାଇଥିବା ରୁ ବିଭିନ୍ନ ସମୟରେ ଛୋଟ ବଡ ଦୂର୍ଘଟଣା ମାନ ଘଟି ଅନେକ ଜୀବନ ହାନି ଘଟିଥିବା ବେଳେ ଅନେକ ଆହତ ହେଉଛନ୍ତି। ପଦ୍ମପୁର ମହୁଲପାଲି ଠାରୁ ବରିକେଲ ପ୍ରାୟ ୧୦ କିଲୋମିଟର ଦୂରତା ଭିତରେ ୧୦ ଗୋଟି ସ୍ଥାନରେ ବେଆଇନ ଭାବରେ ଡିଭାଇଡର ଭଙ୍ଗା ଯାଇଥିବା ବେଳେ ୧୦ ଗୋଟି ସ୍ଥାନରେ ରାସ୍ତା ନିର୍ମାଣ ବିଭାଗ ତରଫରୁ ଡିଭାଇଡର ତିଆରି ହୋଇଛି ହେଲେ କୈାଣସି ସ୍ଥାନରେ ସୂଚନା ଫଳକ ନଥିବା ସହ ରାତିରେ ଡିଭାଇଡର ପାଇଁ ଆଲୋକ ଓ ରାତ୍ରୀ କାଳିନ ସୂଚନା ଫଳକ ସହ ସଚେତନତା ପାଇଁ ଫଳକ ଟିଏ ନାହିଁ ଦୂର୍ଘଟଣା ଘଟି ଜୀବନ ଯାଉଛି। ଗତ ଏକ ମାସ ମଧ୍ୟରେ ବେଆଇନ ଡିଭାଇଡର ଭଙ୍ଗା ଯୋଗୁଁ ଜଣକର ଜୀବନ ଯାଇଥିବାବେଳେ ୫ ଜଣ ଦୂର୍ଘଟଣା ଯୋଗୁଁ ଆହତ ହୋଇଛନ୍ତି। ଏଥିପାଇଁ ନାଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ନା ପୋଲିସ ପଦକ୍ଷେପ ନେଇଛି।

ଜନସାଧାରଣ ଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଏଭଳି କୈାଣସି ଘଟଣା କୁ ନେଇ ହଠାତ୍ ଜନ ଆନ୍ଦୋଳନ ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହୁଛି। ପଦ୍ମପୁର ମହୁଲ ପାଲି ଗାଁ ଠାରୁ ବରିକେଲ ମଧ୍ୟରେ ଚାରୋଟି ପେଟ୍ରୋଲ ପମ୍ପ ରହିଛି ଓ ଉକ୍ତ ଚାରୋଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଅଧିକାଂଶ ଦୂର୍ଘଟଣା ଘଟୁଛି। ଏଭଳି ବେଆଇନ ଡିଭାଇଡର ଭାଙ୍ଗି ଧନଜୀବନ ହାନି ଘଟାଉଥିବା ବ୍ୟବସାୟୀ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉପଯୁକ୍ତ ସ୍ଥାନ ରେ ସୂଚନା ଫଳକ ଲଗେଇବା ପାଇଁ ଜନସାଧାରଣ ରେ ଦାବି ହେଉଛି। ଅକାରଣେ ଜୀବନ ନେଉଥିବା ବେଆଇନ ଡିଭାଇଡର ଭଙ୍ଗା ଘଟଣାରେ ପ୍ରଶାସନ ଓ ନେତା ନିଦାବିଷ୍ଣୁ ସାଜିବା କେତେ ଯୁକ୍ତିଯୁକ୍ତ ତାହା ଆଲୋଚ୍ୟ ପ୍ରସଙ୍ଗ ପାଲଟିଛି।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ