ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ମନ୍ତ୍ରୀ ଙ୍କ ଆହ୍ବାନ କ୍ରମେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଟିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ବ୍ଲକ୍, ତହସିଲ ଓ ଏନ୍ ଏସି କୁ ନେଇ ୨୩୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ପ୍ରଶାସନ ଅଧିକାରୀ ତଥା କର୍ମଚାରୀ ମାନେ ଯୋଗ ଦେଇ ଥିଲେ।ସର୍ବ ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମନ୍ତ୍ର ଉଚ୍ଚାରଣ କରି ଏହି ଯୋଗ ଦିବସର କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରାଯାଇଥିଲା । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ ଙ୍କ ପରି ଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଟା ଙ୍ଗର ପାଲି ଶାନ୍ତି ବନ ଆଶ୍ରମ ର ନାରଦା ନନ୍ଦ ସରସ୍ଵତୀ ମୁଖ୍ୟ ଯୋଗ ଶିକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଭାବେ ଗୋବିନ୍ଦ କଠାର,ପ୍ରଶାନ୍ତ ପଣ୍ଡା ଯୋଗ ପ୍ରଶିକ୍ଷକ ଭାବରେ ରହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ବିତ୍ତ ଅଧିକାରୀ ଅଷାଢୁୁ କିସାନ, ତହସିଲଦାର୍ ବ୍ରଜବନ୍ଧୁ ସାହୁ,ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ହର୍ ପାଲ୍,ଅତାବିରା ପଞ୍ଚାୟତ ଅଧିକାରୀ ମହମ୍ମଦ ଆକବର୍,ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ନନ୍ଦ, ଗୋଷ୍ଟୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ମଞ୍ଚାଷିନ ଥିଲେ । ଆନ୍ତର୍ଜାତୀୟ ଯୋଗ ର ଦିବସର ଉଦ୍ଦେଶ୍ୟ ତଥା ଯୋଗର ଉପକାରିତା ବିଷୟରେ ମୁଖ୍ୟ ଅତିଥି ଶ୍ରୀ ସରସ୍ଵତୀ କହିଥିଲେ ଯେ ଚଳିତ ବର୍ଷ ସମଗ୍ର ବିଶ୍ୱରେ ଦଶମ ଯୋଗ ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯୋଗ ମାଧ୍ୟମରେ ଲୋକଙ୍କୁ ଏକ ସୁସ୍ଥ ଏବଂ ସ୍ୱାସ୍ଥ୍ୟକର ଜୀବନ ବିଷୟରେ ଅବଗତ କରାଇବା। ଜୁନ ୨୧ ତାରିଖକୁ ଯୋଗ ଦିବସ ରୂପେ ପାଳନ କରିବl

ପଛରେ ଏକ ବିଶେଷ କାରଣ ରହିଛି। ବାସ୍ତବରେ, ଜୁନ୍ ୨୧କୁ ବର୍ଷର ସବୁଠାରୁ ଲମ୍ବା ଦିନ ଭାବରେ ବିବେଚନା କରାଯାଏ। ଏହାକୁ ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହା ପରେ ସୂର୍ଯ୍ୟ ଧୀରେ ଧୀରେ ଦକ୍ଷିଣାୟନ ଗତି କରନ୍ତି। ଯୋଗ ଏବଂ ଆଧ୍ୟାତ୍ମିକତା ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତ ସରକାର ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ ସେହି ଦିନଠାରୁ ଏହା ପାଳନ କରାଯାଏ ଆସୁଅଛି। ଏହା ପରେ ପ୍ରତିଦିନ ଯୋଗାଭ୍ୟାସ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା । ଏହା ପରେ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ସେବା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ର ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍ ଙ୍କ କରମଳରେ ସ୍ୱାକ୍ଷରିତ ହୋଇଥିବା ମାନପତ୍ର ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ଯୋଗ ଦିବସରେ ଅଂଶ ଗ୍ରହଣ କରିଥିବା ଗଣ ମାଧ୍ୟମ ପ୍ରତିନିଧି ସମାଜ ର ଆକାଶ ମିଶ୍ର,ଉତ୍କଳ ସମାଜ ର ଜିଲ୍ଲା ପ୍ରତିନିଧି ନବୀନ କୁମାର ଦାଶ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ଥିଲା।ପରିଶେଷରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୀରିନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ