ବରଗଡ:(କ୍ରାନ୍ତି ଓଡ଼ିଶା)-ମଙ୍ଗଳବାର ଓଡ଼ିଶା ର ନବ-ନିଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ପ୍ରଥମ କରି ବରଗଡ ଜିଲ୍ଲା ଗସ୍ତ ପରିପ୍ରେକ୍ଷୀରେ ରେ ତାଙ୍କୁ ଜର୍ନାଲିଷ୍ଟ ଏସୋସିଏସନ୍ ବରଗଡ ( ଜାବ) ପକ୍ଷରୁ ସମ୍ବର୍ଧନା ଦିଆଯାଇଥିବା ସହ ସାମ୍ବାଦିକ ମନଙ୍କ ବିଭିନ୍ନ ସମସ୍ୟା ନେଇ ଦାବୀପତ୍ର ପ୍ରଦାନ କରାଯାଇଛି। ସଂଘ ର ସଭାପତି ରବି ପଣ୍ଡା ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥାନୀୟ ସର୍କିଟ ହାଉସ ରେ ସାକ୍ଷାତ କରି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଓଡ଼ିଶାର ସାମ୍ବାଦିକ ମାନଙ୍କ ର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ପାଇଁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବୀ ଗୁଡିକରେ ମଧ୍ୟରେ ଓଡ଼ିଶାରେ ବର୍ତ୍ତମାନ ସାମ୍ବାଦିକ ମାନଙ୍କ ଉପରେ ସମାଜ ରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାର ଦୂର କରିବା ସକାଶେ ଓଡ଼ିଶାରେ ଖୁବ ଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ବିଧାନ ସଭା ରେ ପାରିତ କରି ରାଜ୍ୟ ରେ ଲାଗୁ କରାଯାଉ, ଓଡ଼ିଶା ସରକାର ପକ୍ଷରୁ ସାମ୍ବାଦିକ ମାନଙ୍କୁ ଦିଆଯାଉଥିବା ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ରାଶି କୁ ୧୦ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଉ , ଅନ୍ୟ ରାଜ୍ୟ ରେ ସାମ୍ବାଦିକଙ୍କୁ ଯେଭଳି ଅବସରକାଳୀନ ପେନସନ ଦିଆଯାଉଛି ,ଓଡ଼ିଶା ରେ ମଧ୍ୟ ସାମ୍ବାଦିକ ମାନଙ୍କୁ ଅବସରକାଳୀନ ପେନସନ ଯୋଗାଇ ଦିଆଯାଉ ତଥା , ଓଡ଼ିଶା ରେ ସାମ୍ବାଦିକ ମାନଙ୍କ ଉଚ୍ଚତର ସ୍ତରର ଗବେଷଣା ସକାଶେ ଏକ ମିଡ଼ିଆ ଏକାଡେମୀ ସ୍ଥାପନ କରାଯାଉ , ଗତ ୧୫ ବର୍ଷ ହେଲା ରାଜ୍ୟ ରେ ସାମ୍ବାଦିକ ଅଧିସ୍ଵୀକୃତି କମିଟି ନାହିଁ, ଏହି କମିଟି କୁ ତୁରନ୍ତ ଗଠନ କରାଯାଉ , ବରଗଡ ସଂଘ୍ ଅଫିସ ଗୃହ ସକାଶେ ଦୀର୍ଘ ଦିନ ହେଲା ଦାବୀ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଜମି ଖଣ୍ଡିଏ ଯୋଗାଇ ଦେଇ ନାହାନ୍ତି , ତେଣୁ ଜିଲ୍ଲା ପ୍ରଶାସନ କୁ ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ ତଥା ଅଫିସ ଗୃହ ନିର୍ମାଣ ସକାଶେ ଅର୍ଥ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀ ରେ ସଭାପତି ପଣ୍ଡା ଙ୍କ ସହ ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଜାତୀୟ କାର୍ଯ୍ୟକାରୀ ସଦସ୍ୟ ସୁରେଶ ଦାଶ,ଉପ- ସଭାପତି ପ୍ରଭୁ ଚରଣ ମହାନ୍ତି, ବଦ୍ରୀ ପ୍ରସାଦ ସାହୁ, ସୁନିଲ ମିଶ୍ର, ରମଣୀ ରଂଜନ ବେହେରା, ଲଲାଟେନ୍ଦୁ ଦାଶ, ବ୍ୟୋମକେଶ କର ପ୍ରମୁଖ ସାମିଲ ଥିଲେ ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ