ସମସ୍ୟା ଘେରରେ ତାଲପଦର ଗ୍ରାମପଞ୍ଚାୟତ

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମପଞ୍ଚାୟତ ବିଭିନ୍ନ ସମସ୍ୟା ଦିଗରେ ଦିର୍ଘ ବର୍ଷ ଧରି ଗତି କରି ଚାଲିଛି। ଆଜି ସକାଳ ୯ଘଣ୍ଟା ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଆସି ନବ ନିର୍ବାଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତୀୟାଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରିବା ସହ ତାଲପଦର ଗ୍ରାମପଞ୍ଚାୟତର ବିଭିନ୍ନ ସମସ୍ୟା ଯଥା ତାଲପଦର ଗ୍ରାମରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତର ନିୟମିତ ନଆସିବା, କର୍ମଚାରୀ ମାନଙ୍କ ମନମୁତାବକ କାର୍ଯ୍ୟ, ଗ୍ରାମପଞ୍ଚାୟତରେ ୨୦ ଲକ୍ଷ ଟଙ୍କା ର ମହା ଦୁର୍ନିତିକୁ ନେଇ ବାରମ୍ବାର ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ବିଡ଼ିଓ ମହାଶୟ ନିରବ ଦ୍ରଷ୍ଟା ସାଜିବା ଏପରି କି ଭିଜିଲାନ୍ସ ବିଭାଗ କୁ ମଧ୍ୟ ଜଣାଇ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ପର୍ଯ୍ୟନ୍ତ ନନେବା କୁ ନେଇ ବିଶଦ ଭାବେ ଆଲୋଚନା କରିଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗିରହିଥିବା ବେଳେ ମୂଖ୍ୟତଃ ପାନୀୟ ଜଳ ସମସ୍ୟା କୁ ନେଇ ବିଧାୟକ ମହାଶୟଙ୍କୁ ଆପତ୍ତି ଜଣାଇଥିଲେ। ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରି ବିଧାୟକ ଶ୍ରୀଯୁକ୍ତ ଗଡତୀୟା ତୁରନ୍ତ ପାନୀୟ ଜଳର ସମାଧାନ କରିଥିଲେ। ଅନ୍ୟ ଅସୁବିଧା ଏବଂ ସମସ୍ୟା ଦିଗରେ ଆଗକୁ ଅନେକ କିଛି ପଦକ୍ଷେପ ନିଶ୍ଚିତ ନିଆଯିବ ବୋଲି ବିଧାୟକ ଶ୍ରୀ ଗଡତୀୟା ଦୃଢ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *