ବରଗଡ଼:(କ୍ରାନ୍ତି ଓଡ଼ିଶା)-ଅଦ୍ୟ ତା ୧୪/୦୬/୨୦୨୪ ରିଖ ଦିନ ୯ଟା ସମୟରେ ପଦ୍ମପୁର ସ୍ଥିତ କଚେରୀ ପ୍ରାଙ୍ଗଣରେ ସଭାପତି ରାଜୁ ଘିବେଲା ଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତି ଙ୍କ ସମ୍ପାଦନା ରେ ସିରଜିନା ମହୋତ୍ସବ, ସମ୍ବଲପୁରୀ ଦିନ, ବନ ମହୋତ୍ସବ ଓ ନାଟ୍ୟ ମହୋତ୍ସବ ପାଳନ କରିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଯାଇଛି । ଆସନ୍ତା ଜୁଲାଇ ମାସର ପ୍ରଥମ ସପ୍ତାହ ରେ ବନ ମହୋତ୍ସବ ପାଳନ କରାଯିବ । ଅଗଷ୍ଟ ୧ ତାରିଖ ଦିନ ସମଲପୁରୀ ଦିନ୍ କୁ ମହାଆଡ଼ମ୍ବ ରେ ପାଳନ କରିବା ସହିତ ବିଧାୟିକା ଶ୍ରୀମତୀ ବର୍ଷା ସିଂହ ବରିହା ଓ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଙ୍କୁ ସମ୍ବର୍ଦ୍ଧନା ଦିଆ ଯିବାକୁ ପ୍ରସ୍ତାବ ଗୃହୀତ କରାଯାଇଛି ।ଏହି ଦିନ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ ସମ୍ୱଲପୁରୀ ନାଟକ, କଂସ ଦରବାର ଓ ନୃତ୍ୟ ପ୍ରତିଯୋଗିତା କରାଯିବା ନେଇ ସଭାପତି ଶ୍ରୀଯୁକ୍ତ ଘିବେଲା ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ଶ୍ରୀଯୁକ୍ତ ମିତ୍ରଭାନୁ ଗୌନ୍ତିଆ ଙ୍କୁ ମୁଖ୍ୟ ଅତିଥି ରୂପେ ଯୋଗ ଦେବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ହାଇସ୍କୁଲ ସ୍ତରୀୟ ନାଟ ପ୍ରତିଯୋଗିତା ସହ ବିଭିନ୍ନ ନାଟକ କରାଯିବାକୁ ସୂଚନା ଦେଇଛନ୍ତି ସମ୍ପାଦକ ଶ୍ରୀଯୁକ୍ତ ମହାନ୍ତି ।ଏହି ବୈଠକରେ ସର୍ବଶ୍ରୀ:-ବିଦେଶୀ ସାହୁ, ପ୍ରମୋଦ ନାଥ, ଅବନୀକାନ୍ତ ସାହୁ, ରମଣୀ ରଞ୍ଜନ ବିଶ୍ୱାଳ, ସୁଶାନ୍ତ ମହାପତ୍ର, ଏଡଭୋକେଟ ଆଦିତ୍ୟ ରଥ, ରମେଶ ଗୁର୍ଲା, ଅରବିନ୍ଦ ପଟ୍ଟନାୟକ ଓ କିଶୋର ପାତ୍ର ପ୍ରମୁଖ ଯୋଗ ଦାନ କରି ଥିଲେ । ଶେଷରେ ଡ଼ ଅବନୀ କାନ୍ତ ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।

ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ