ଫସଲ ବୀମା ଉପରେ ସଂଯୁକ୍ତ କୃଷକ ସଂଗଠନ ପ୍ରାସାସନ ତଥା ଫସଲ ବୀମା କମ୍ପାନୀ ସହ ଆଲୋଚନା

ବରଗଡ଼:(କ୍ରାନ୍ତି ଓଡ଼ିଶା)-ବରଗଡ଼ ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ମେଗ ଜୋମ ଜନିତ ଫସଲ ବୀମା କ୍ଷତିପୂରଣ ପ୍ରସଙ୍ଗରେ  ସଂଯୁକ୍ତ କୃଷକ ସଙ୍ଗଠନ, ରିଳାଏନ୍ସ କମ୍ପାନୀ ଏବଂ କୃଷି ଅଧିକାରୀ ଙ୍କ ସହିତ ତ୍ରିପାକ୍ଷିକ ଆଲୋଚନା ହୋଇଅଛି।ବର୍ତ୍ତମାନ ସୁଦ୍ଧା ୨୦ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟ କୁ ଆସିଲାଣି ଏବଂ ବାକି ୨ କୋଟି ୯୦ ଲକ୍ଷ ଟଙ୍କା ପନ୍ଦର ଦିନ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟ କୁ ଆସିବ ବୋଲି କମ୍ପାନୀ ଅଧିକାରୀ କହିଛନ୍ତି। ପ୍ରାୟ ଚାଷୀଙ୍କ ସୋସାଇଟି ଆକାଉଣ୍ଟ ରେ ଆଧାର ସମ୍ପର୍କ ନ ଥିବାରୁ ସେମାନଙ୍କ କ୍ଷତିପୂରଣ ଟଙ୍କା ଖାତା କୁ ଆସିପାରିନାହିଁ। ଯେଉଁ ମାନେ କ୍ଷତିପୂରଣ ପାଇଵା ଯୋଗ୍ୟ ଅଟନ୍ତି ସେମାନଙ୍କର ଆକାଉଣ୍ଟ ଏବଂ ଆଧାର ସମ୍ପର୍କ  ସଂଶୋଧନ କରି ପଠାଇବା ପାଇଁ କୃଷି ଅଧିକାରୀ ବିଭାଗୀୟ ବ୍ୟାଙ୍କ ଜରିଆରେ କୃଷକ ସଙ୍ଗଠନ କୁ ଅନୁରୋଧ କରିଛନ୍ତି। ଫସଲ ବୀମା ମିଳିଥିବା ଅସନ୍ତୋଷ ଚାଷୀ ମାନଙ୍କ ଆବେଦନ ବର୍ତ୍ତମାନ ଭେରୀଫିକେସନ ହେଉଛି ଏବଂ ସେମନେ ତୁରନ୍ତ ପାଇଵା ଯୋଗ୍ୟ ଚାଷୀମାନେ କ୍ଷତିପୂରଣ ପାଇବେ ବୋଲି ପ୍ରତିଶୃତି ଦେଇଛନ୍ତି।

ସଂଯୁକ୍ତ କୃଷକ ସଂଗଠନ ତରଫରୁ ରିଳାଏନ୍ସ କମ୍ପାନୀ କୁ ବରଗଡ଼ ଜିଲ୍ଲା ରୁ ବାହାର କରିବା ପାଇଁ ଲିଖିତ ମାଧ୍ୟମରେ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ କୃଷି ଅଧିକାରୀ ପ୍ରସନ୍ନ ମିଶ୍ର ଙ୍କ ଜରିଆରେ କମ୍ପାନୀ ର ଅଧିକାରୀ ଅରବିନ୍ଦ ସିଂ ଙ୍କ ଉପସ୍ଥିତି ରେ ଏକ ଦାବିପତ୍ର ଦେଇଛନ୍ତି। କାରଣ ରିଳାଏନ୍ସ କମ୍ପାନୀ ବାରମ୍ବାର ଚାଷୀମାନଙ୍କୁ କ୍ଷତିପୂରଣ ନ ଦେବା ପାଇଁ ଅନେକ ଟାଳଟୁଳ ନୀତି ଅବଲମ୍ବନ କରୁଛି। ସଙ୍ଗଠନ ଆନ୍ଦୋଳନ ଚାପରେ କିଛି କିଛି କ୍ଷତିପୂରଣ ଦେଇଛି ଯାହା ସମ୍ପୂର୍ଣ୍ଣ କ୍ଷତିପୂରଣ ନୁହେଁ ଏଣୁ କୃଷକ ମାନେ କମ୍ପାନୀ କୁ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି ଅନେକ ଯୁକ୍ତି କରିଛନ୍ତି। ଆଲୋଚନା ବେଳେ ସଂଗଠନ ର ଉତ୍ପନ୍ନ ଭୋଇ, ସୁଦାମ ପାତ୍ର, ନରେନ୍ଦ୍ର ଭୋଇ, ପ୍ରଶାନ୍ତ ସାହୁ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ଲାଲିତ ପଧାନ, ଅମୁଲ୍ୟ ପଧାନ, ଉମେଶ ପଧାନ ଏବଂ ରମେଶ ମହାପାତ୍ର ଅଂଶ ଗ୍ରହଣ କରିଥିଲେ।
ପଶ୍ଚିମାଞ୍ଚଳ ବ୍ୟୁରୋ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *