ଫାଇର୍ଟସ ଗୃପ ର ନ୍ୟାସନାଲ କେନସର ସରଭାଇବର୍ସ ଡେ ପାଳନ

କେନସର ଭଳି ଲମ୍ବା ଅବଧି ରୋଗ ରୁ ଆରୋଗ୍ୟ ହେବାର ଅନ୍ୟ ଏକ ଉପାୟ ହେଉଛି ଲାଇଫ୍ କୁ ସେଲେବ୍ରେଟ୍ କର: କେନସର ବିଶେଷଜ୍ଞ
ବରଗଡ:(କ୍ରାନ୍ତି ଓଡ଼ିଶା)-କେନସର ଭଳି ଲମ୍ବା ଅବଧି ରୋଗ ରୁ ଆରୋଗ୍ୟ ହେବାର ଅନ୍ୟ ଏକ ଉପାୟ ହେଉଛି ଲାଇଫ୍ କୁ ସେଲେବ୍ରେଟ୍ କର। ଆଜି ଫାଇର୍ଟସ ଗୃପ ଦ୍ବାରା ପାଳିତ ହେଉଥିବା ଜାତୀୟ କର୍କଟ ବିଜୟୀ ଦିବସ (National Cancer Survivors Day) ଅବସରରେ କେନସର ବିଶେଷଜ୍ଞ ଡକ୍ଟର ଭରତ ଚନ୍ଦ୍ର ମିଶ୍ର ମତବ୍ୟକ୍ତ କରିଛନ୍ତି।


ବରଗଡ଼ ଫାଇଟର୍ସ ଗ୍ରୁପ ପକ୍ଷରୁ ପାର୍ବତୀ ଗିରୀ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ସଭାପତି ପ୍ରସନ୍ନ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆଜି ଜାତୀୟ କର୍କଟ ଦିବସ ପାଳନ କରାଯାଇଥିଲା । ସମାରୋହରେ ବିକାଶ ହସ୍ପିଟାଲ୍ ର କେନସର ବିଶେଷଜ୍ଞ ଡ଼ା. ଭରତ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ କହିଲେ କେନସର ଏକ ଲମ୍ବା ଅବଧି ର ରୋଗ। ଏହି ରୋଗ ଜଣେ ପିଡୀତ କୁ ଶାରୀରିକ ସ୍ତରରେ ଯେତିକି ଦୁର୍ବଳ କରି ଦିଏ ତା ଠାରୁ ଅଧିକ ମାନସିକ ଓ ଆର୍ଥିକ ସ୍ତର ବେଶୀ ଆକ୍ରାତ୍ମକ ହୋଇ ଥାଏ। ଏହି ସମୟରେ ପିଡୀତ, ଡାକ୍ତରୀ ଚିକିତ୍ସା ସହିତ ମାନସିକ ଅବସାଦ ପାଇଁ ଖାଲି ସମୟରେ ଉତ୍ସାହପୂର୍ଣ୍ଣ ଜୀବନ ବିତାଇବା ନିହାତି ଜରୁରୀ। ଫାଇର୍ଟସ ଗୃପ ର ଏଭଳି କାର୍ଯ୍ୟକ୍ରମ ର ଆୟୋଜନ କୁ ସେ ବହୁତ ପ୍ରଶଂସା କରିଥିଲେ। ଏହା ସହିତ ମାନସିକ ଚାପମୁକ୍ତ ଜୀବନ ତଥା ଶୃଙ୍ଖଳିତ ଜୀବନଚର୍ଯ୍ୟା ହିଁ କ୍ୟାନ୍ସର ଠାରୁ ଦୂରେଇ ରହିବା ପାଇଁ ବହୁତ ଜରୁରୀ ବୋଲି ଦର୍ଶାଇ ନିୟମିତ ଯୋଗ, ପ୍ରାଣାୟାମ ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟବକ୍ତା ଭାବେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ୟାନ୍ସର ବିଭାଗ ସର୍ଜରୀ ବିଶେଷଜ୍ଞ ଡ଼ା. ନରେଶ ପ୍ରଧାନ ତାଙ୍କ ବକ୍ତବ୍ୟରେ ବରଗଡ଼ରେ କ୍ୟାନସର ହସ୍ପିଟାଲ୍ ପ୍ରତିଷ୍ଠା ପରେ କିପରି ଜନ ସଚେତନତା ବୃଦ୍ଧି ପାଇଛି ଏବଂ ସାମାନ୍ୟ ସନ୍ଦେହ କୁ ମଧ୍ୟ ମୋଚନ କରିବା ପାଇଁ ଲୋକେ ହସପିଟାଲ କୁ ଆସିବା ଏକ ଭଲ ଲକ୍ଷଣ ଏବଂ ଏଥିପାଇଁ ଫାଇଟର୍ସ ଗୃପ ର ଅନବଦ୍ୟ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଥିଲେ ।
ସମ୍ମାନିତ ବକ୍ତା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ଼ା. ରାମକୃଷ୍ଣ ପୁରୋହିତ ଏକ ସୁସ୍ଥ କ୍ୟାନସର ମୁକ୍ତ ସମାଜର ପରିକଳ୍ପନା ନିଶା ଦ୍ରବ୍ୟ ବର୍ଜନ ଅଭିଯାନ ବିନା ସମ୍ଭବ ନୁହେଁ ବୋଲି ଦର୍ଶାଇ ଏ ଦିଗରେ ସଚେତନ ହେବାକୁ ଆହ୍ଵାନ ଜଣାଇଥିଲେ।
ସମ୍ମାନିତ ଅତିଥି ଏ. ଇ.ଏମ୍ ଇଂରାଜୀ ମଡିଅମ ସ୍କୁଲର ଚେୟାରମେନ ଯଶୱିର ସିଂ କ୍ୟାନସର ସର୍ଭାଇଭର ମାନଙ୍କ ଦୃଢ଼ ମାନସିକତା ର ବିଭିନ୍ନ ଉଦାହରଣ ଦେଇ ସେମାନେ ପୀଡ଼ିତ ଥାଇ ସୁଦ୍ଧା ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ଓ ଚେତନାର ସ୍ରୋତ ହେବା ସମାଜ ପାଇଁ ଅନନ୍ୟ ଉଦାହରଣ ବୋଲି ଦର୍ଶାଇଥିଲେ ।
ଫାଇର୍ଟସ ଗୃପ ର ସଭାପତି ପ୍ରସନ୍ନ କୁମାର ମିଶ୍ର ବର୍ତ୍ତମାନ ଫାଇର୍ଟସ ଗୃପ ଦ୍ବାରା କେନସର ପିଡୀତ ଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ବିଷୟ ରେ ସମ୍ୟକ ସୂଚନା ଦେଇ କହିଲେ ଯେ, ସାଂପ୍ରତିକ ସ୍ଥିତିରେ କର୍କଟ ରୋଗର ମୁକାବିଲା ଏକ ଆହ୍ଵାନ ସାଜିଥିବା ବେଳେ ସମୟ ପୂର୍ବରୁ ଏହାର ଚିହ୍ନଟ ତଥା ପ୍ରତିରୋଧକ ଉପରେ ଫାଇଟର୍ସ ଗୃପ ପକ୍ଷ ବିଶେଷ ଗୁରୁତ୍ୱାରୋପ କରାଯାଉଛି । ଚଳିତବର୍ଷ ଆମେ ଫାଇର୍ଟସ ଗୃପ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜନ କରିଛୁ। କେନସର ପିଡୀତ ଙ୍କ ସେବା କେବଳ ବରଗଡ ସହର ଭିତରେ ସିମୀତ ନ ରଖି ବ୍ଳକ ସ୍ତରକୁ ପହଞ୍ଚିବା ପାଇଁ ପ୍ରୟାସ କରିଛୁ। ଏଥିପାଇଁ ଆମେ “ଗାଁ କୁ ଯିବା” ଭଳି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଆରମ୍ଭ କରିଛୁ। ପ୍ରଥମ ପର୍ଯ୍ୟାୟ ରେ ସୋହେଲା, ବିଜେପୁର, ବରପାଲି ଠାରେ କେନସର ସଚେତନତା କାର୍ଯ୍ୟକ୍ରମ ସଫଳତା ର ସହ ଆୟୋଜନ କରିଛୁ। ଗ୍ରୀଷ୍ମ ପରେ ଅନ୍ୟ ସମସ୍ତ ବ୍ଳକ କୁ ଯିବୁ।
କେନସରର ଚିହ୍ନଟ ହେବା ପରେ ଲୋକେ କଣ କରିବେ ଜାଣି ନ ପାରି ଭୁଲ ମାର୍ଗଦର୍ଶନ ଯୋଗୁଁ ସଠିକ୍ ସମୟ ରେ ଚିକିତ୍ସା ସଠିକ୍ ସ୍ଥାନ ରେ କରିପାରୁ ନ ଥିବାରୁ ଜୀବନ ପ୍ରତି ବିପଦ କୁ ଟାଣି ଆଣି ଥାନ୍ତି। ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ସହ ମାନସିକ ସ୍ତରରେ ସୁଦୃଢ଼ ହେବା ପାଇଁ କାଉନସେଲିଂ ଓ ମୋଟିଭେସନାଲ କାର୍ଯ୍ୟକ୍ରମ ର ବ୍ୟବସ୍ଥା ମଧ୍ଯ କରୁଛୁ। ଚଳିତ ବର୍ଷ ଏଥିପାଇଁ ଆମେ ଉମ୍ମେଦେଁ ସଂସ୍ଥା ସହ ମିଶି ବରଗଡ ରେ ଏକ କେନସର ସହଯୋଗ କେନ୍ଦ୍ର ଆରମ୍ଭ କରିଛୁ। ଆଗାମୀ ଦିନରେ ଏହି ସେବାକୁ ଅନ୍ୟ ବିଭିନ୍ନ ଅଞ୍ଚଳ କୁ ପହଞ୍ଚାଇବା ପାଇଁ ଖୁବ୍ ଶୀଘ୍ର ପଶ୍ଚିମ ଓଡିଶା ର ସମସ୍ତ ଜିଲ୍ଲା ରେ ଭଲେଣ୍ଟିୟର ମାନଙ୍କୁ ଆମ ସହିତ ସାମିଲ କରିବୁ। ଏହି ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି।
ଆଜିର ଏହି କାର୍ଯ୍ୟକ୍ରମ କୁ ଫାଇଟର୍ ଗୃପ ସଦସ୍ୟା ଅସୀମା ବିଶୋଇ ସଭା ସଂଯୋଜନା କରିଥିବା ବେଳେ ସୂର୍ଯ୍ୟକାନ୍ତୀ ସିକନ୍ଦର ଅତିଥି ପରିଚୟ ପ୍ରଦାନ କରିଥିଲେ ଓ କବୟିତ୍ରୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ କ୍ୟାନ୍ସର ସଚେତନତା ପାଇଁ ସ୍ବରଚିତ କବିତା ପାଠ କରିଥିଲେ ଏବଂ ପ୍ରତାପ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗାୟକ ତାରିଣୀ ସେନ ସମ୍ବଲପୁରୀ ଗୀତ ଗାଇ ଏ ଇ ଏମ୍ ଇଂରାଜୀ ମଡିଅମ ସ୍କୁଲ ଛାତ୍ରଛାତ୍ରୀ ଓ କେନସର ସରଭାଇବର୍ସ ମାନେ ଉପସ୍ଥିତ ଅତିଥି ମାନଙ୍କ ସହ ମିଶି ସମସ୍ତେ ନାଚ ଗୀତରେ ମଶଗୁଲ ରହି ଦିବସ କୁ ଉତ୍ସବମୁୁଖରିତ କରିଥିଲେ ।
ପଶ୍ଚିମ ଓଡିଶା ବ୍ୟୁରୋ:-ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *