କଳ୍ପା ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ପତଙ୍ଗ ଅର୍‌ଗାନାଇଜେସନ ସହାୟତାରେ ପିଲାମାନଙ୍କର ପାଇଁ SUMMER CAMP କଳ୍ପାରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କଳ୍ପାର ସମସ୍ତ ଶିଶୁମାନେ ତାଙ୍କ ଅଭିଭାବକଙ୍କ ସହିତ ଯୋଗଦେଇ ଥିଲେ । ପତଙ୍ଗ ପକ୍ଷରୁ ଭୂମି ସୂତା ଭୋଇ ,ଉଷା ହର , ରତନ ମାଚୋ , ଗୋଳିନା ପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କଳ୍ପା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଡ଼ଃ ପ୍ରଦୀପ କୁମାର ପଣ୍ଡା ସମର କେମ୍ପର ସୁଫଳ ଉପରେ ବିସ୍ତ୍ରୁତ ଭାବରେ ଆଲୋତନା କରି ଏହା ଶିଶୁମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହିତ ସୃଜନଶୀଳତାର ପରିପ୍ରକାଶ ପାଇଁ ଗୋଟିଏ ସୁନ୍ଦର ସୁଯୋଗ ବୋଲି କହିଥିଲେ ।

ଏହି ଅବସରରେ ଶିଶୁମାନେ କାଗଜ ଉପରେ ରଙ୍ଗ ଓ ତୂଳୀ ସାହାଯ୍ୟରେ ନିଜ ନିଜର କଳାକୃତି ପ୍ରଦର୍ଶନ କରିଥିଲେ । ମାଟିରେ ବିଭିନ୍ନ ପ୍ରକାରର ଆକୃତି , ଉପକରଣ ଆଦି ତିଆରି କରିଥିଲେ । ମୁକ୍ତ ଆକାଶର ବିହଙ୍ଗ ପରି ସ୍ବତଃ ପ୍ରବୃତ୍ତ ହୋଇ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ସମର କେମ୍ପରେ ଆନନ୍ଦ ଉଲ୍ଲାସରେ କଟାଇଥିଲେ । ନିଜ ମନରୁ ବିଭିନ୍ନ ଗଳ୍ପ କହିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁମାନେ ପରିବେଷଣ କରିଥିବା ବିଭିନ୍ନ ନୃତ୍ୟ ଗୀତ ସମସ୍ତଙ୍କ ମନକୁ ଛୁଇଁଥିଲା ।

ଉପସ୍ଥିତ ସମସ୍ତେ କରତାଳି ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଘରେ ନିଜେ ତଥା ମାଆଙ୍କ ଦ୍ବାରା କିପରି ସ୍ବାସ୍ଥ୍ୟ ଉପଯୋଗୀ ଖାଦ୍ୟ ତିଆରି କରି ଖାଦ୍ୟର ମଜା ନିଆଯାଇ ପାରେ ତା ଉପରେ ପତଙ୍ଗର ଭୂମିସୂତା ବୁଝାଇବା ସହିତ ଖାଦ୍ୟ ତିଆରି କରି ସମସ୍ତଙ୍କୁ ବାଣ୍ଟିଥିଲେ । ସମସ୍ତେ ସେହି ଖାଦ୍ୟ ଖାଇବା ସହିତ ଭୁରି ଭୁରି ପ୍ରସଂଶା କରିଥିଲେ ।

ଏହାପରେ ସେ ବାହାର ଫାଷ୍ଟ ଫୁଟ , କୁରକୁରି , ଚିଫ୍ , ବଜାରକୁ ଆସୁଥିବା ବିଭିନ୍ନ ଥଣ୍ଡା ପାନୀୟ ବ୍ୟବହାର ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ । କଳ୍ପାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମର କେମ୍ପକୁ ନେଇ ଉଭୟ ଶିଶୁ ଏବଂ ଅଭିଭାବକଙ୍କ ମନରେ ଆଗ୍ରହ ଓ ଉତ୍ସାହ ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *