(କବି କେଶବ ଚନ୍ଦ୍ର ନାୟକ)

ଗରିବୀ: ଏକ ଅଭିଶପ୍ତ ଜୀବନ
ଜୀଇଁ ଥାଉ ଥାଉ ଏକ ପଙ୍ଗୁ
କିଂ କର୍ତ୍ତବ୍ୟ ବିମୂଢ
ଆଖି ଥାଇ ଅନ୍ଧ
ପାଟି ଥାଇ ମୂକ
କାନ ଥାଇ କାଲ….!!
ଯିଏ ଟଙ୍କା ଗାଦିରେ ଶୋଉଛି
ସବୁ ସୁଖ ସୁବିଧା ହାତ ପାହାନ୍ତାରେ
ବିଳାସ ବ୍ୟସନରେ ଜୀବନ ଜୀଉଁଛି
ସମ୍ରାଟ ପରି …
ଚିନ୍ତା ଶୂନ୍ୟ ଜୀବନ
ସବୁ କ୍ଷମତା ଟଙ୍କା ଆଗରେ
ନତ ଜାନୁ….!!
ଯିଏ ଗରିବ
କ’ଣ କରିବ….?
ବେଠି ଖଟି ଖଟି ମରିବ
ବିପ୍ଳବ କରି କରି ବୟସ ସରିଗଲା ପରେ
ବିପ୍ଳବ ସବୁ ନିଷ୍କ୍ରିୟ ପାଲଟି ଯିବ
ଆଉ ପୁଞ୍ଜିବାଦ ନିଶ୍ଚିହ୍ନ ହେବ ନି
କେବେ ସମାଜରୁ……!!
ଏବେ ଗରିବ ମାନେ
ରାଜନୈତିକ ମୁଦ୍ଦା…..
ଆମେ ମାଗଣାରେ ଘର ଦେବୁ
ମାଗଣାରେ ଚାଉଳ ଦେବୁ
ଶାକ୍ଷା, ସ୍ବାସ୍ଥ୍ୟ, ପାଞ୍ଚ ଟଙ୍କିଆ ଆହାର
ଦେବୁ…….
ତୁମେ ଖାଲି ଭୋଟ ଦିଅ
ଏମିତି ନେଣ ଦେଣ ଚାଲିଛି…..!!
ଗରିବ ଗରିବ ହୋଇ ରହୁ
ଏ କଥା ସବୁ ପୁଞ୍ଜିପତି ଭାବେ
ଗରିବ ମାଗଣା ନେଉ
ଏକା ସମସ୍ତ ନେତା ଭାବେ
ଗରିବ ହିଁ ଟାଣ ଖରାରେ ଠେଲାପେଲା ହୋଇ
ଭୋଟ ଦିଏ/ଗଣତନ୍ତ୍ର କୁ ବଞ୍ଚାଏ
ପୁଞ୍ଜିପତି କେବେ ଭୋଟ ଦିଏ ନି
ନେତା ବାଛେନି/ଚାନ୍ଦା ଦେଇ ଚୁପ୍ ରହେ
ଯେଉଁ ସରକାର ଆସିଲେ
ସବୁ ତାଙ୍କର….!!
ପୁଞ୍ଜିପତି ଙ୍କ କଥାରେ
ନେତା ଉଠୁ ବସ୍
ଦରଦାମ ନିୟନ୍ତ୍ରଣରେ ବିଫଳ
ମହରଗ ଆକାଶ ଛୁଆଁ
ନେତା ସ୍ଥାଣୁ/ନିର୍ବାଚନୀ ଚାନ୍ଦାର
ଫାଇଦା ଉଠାନ୍ତି ପୁଞ୍ଜିପତି
ଆଉ ଗରିବ
ମାଗଣାର ଚକ୍ରବ୍ଯୂହ ରେ ଭୋଟ
ଦେଇ ଦେଇ ଗରିବୀ ହଟେନା
ମରିଯାଏ
ଶବ ପାଲଟି ଯାଏ
ସ୍ବପ୍ନ ଦେଖି ଦେଖି…..
ଶେଷରେ ଶବ ପୋଡା ହୁଏ
ହରିଶ୍ଚନ୍ଦ୍ର ଯୋଜନାରେ….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭