ଭୁବନେଶ୍ୱର : ରାଜ୍ୟରେ ଆଉ ୧୩୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୧୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୫୯ ଜଣ ଚିହ୍ନଟ ହୋଇଅଛନ୍ତି ।
ଚିହ୍ନଟ ହୋଇଥିବା ୧୩୭୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮୪ ଏବଂ ଖୋର୍ଦ୍ଧା ରୁ ୧୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଅଛନ୍ତି । ଗଞ୍ଜାମ ରେ କୋରୋନା ର ତାଣ୍ଡବ ସ୍ଥିତି କୁ ଜଟିଳ ରୁ ଜଟିଳତର କରିବାରେ ଲାଗିଛି, ଏଠାରେ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ରୂପରେ ଧ୍ବସ୍ତ ହେଲା ପରି ମାନେ ହେଉଅଛି । ଲକଡାଉନ୍ ଥିବା ସତ୍ତ୍ଵେ କଟକ ଓ ଖୋର୍ଦ୍ଧା ରୁ କ୍ରମଶଃ ଆକ୍ରାନ୍ତ ଙ୍କ ସଂଖ୍ୟା ରେ ବୃଦ୍ଧି ସମସ୍ତଙ୍କ ପାଇଁ ଚିନ୍ତା ର ବିଷୟ ପାଲଟିଛି। ସମୟରେ କେନ୍ଦୁଝର, ଗଜପତି ଜିଲ୍ଲାରେ ସଂକ୍ରମିତ ସଂଖ୍ୟାରେ ଦୃତ ବୃଦ୍ଧି ସରକାର ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସେହିପରି ଭାବେ ପୁରୀ ଜିଲ୍ଲାରେ କ୍ରମାଗତ ଭାବେ ଦ୍ବିତୀୟ ଦିନ ରେ ଆକ୍ରମିତ ଙ୍କ ସଂଖ୍ୟାରେ ଆକସ୍ମିକ ବୃଦ୍ଧି ସାଧାରଣ ଲୋକ ମାନଙ୍କ ମନରେ ଭୟ ର ବାତା ବରଣ ସୃଷ୍ଟି କରିଛି।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୯ଜଣ, ବରଗଡ ଜିଲ୍ଲାରୁ ୭ ଜଣ, ଭଦ୍ରକ ଜିଲ୍ଲାରୁ ୧୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯ ଜଣ, ବୌଦ୍ଧ ଜିଲ୍ଲା ରୁ ୮ ଜଣ , କଟକ ଜିଲ୍ଲାରୁ ୭୫ ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ ଜଣ,ଢେଙ୍କାନାଳ ଜିଲ୍ଲା ରୁ ୧୫, ଗଜପତି ଜିଲ୍ଲାରୁ ୭୪ ଜଣ, ଗଞ୍ଜାମ ଜିଲ୍ଲାରୁ ୪୮୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ , କନ୍ଧମାଳ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ୧୧ ଜଣ , କେନ୍ଦୁଝର ଜିଲ୍ଲାରୁ ୧୦୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୭ ଜଣ, କୋରାପୁଟ ଜିଲ୍ଲାରୁ ୭ ଜଣ,ମାଳକାନିଗିରି ଜିଲ୍ଲା ରୁ ୧୫ ଜଣ , ମୟୁରଭଞ୍ଜ ଜିଲ୍ଲା ରୁ ୨୨ ଜଣ, ନବରଙ୍ଗପୁର ଜିଲ୍ଲା ରୁ ୨୧ ଜଣ ,ନୟାଗଡ଼ ଜିଲ୍ଲାରୁ ୩୦ ଜଣ, ନୂଆପଡ଼ା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୯୧ ଜଣ, ରାୟଗଡ଼ା ଜିଲ୍ଲାରୁ ୪୫ ଜଣ, ସମ୍ବଲପୁରରେ ଜିଲ୍ଲା ରୁ ୧୭ ଜଣ ,ସୋନପୁର ଜିଲ୍ଲାରୁ ୫ ଜଣ , ସୁନ୍ଦରଗଡ଼ ଜିଲ୍ଲାରୁ ୩୩ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୫୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୨୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୫୯୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୫୮ ହଜାର ୧୨୦ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।