BIG NEWS : ଆସିଲା କୋଭିଡ୍-୧୯ ଔଷଧ, ଦାମ୍ ମାତ୍ର ୩୯ ଟଙ୍କା, ପଢନ୍ତୁ ଏହି ଖବର

Advertisement
Advertisement
Click for Any Complaint Regarding This News
AAA Online Services

ଡେସ୍କ:  ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଜେନବର୍କଟ୍ ଫାର୍ମାସ୍ୟୁଟିକାଲ୍ସ ଗତ କାଲି ଫାବିବେଣ୍ଟ ବ୍ରାଣ୍ଡରେ ଆଣ୍ଟି ଭାଇରାଲ ଡ୍ରଗ୍ ଫାବିପିରାବିର ଲଞ୍ଚ୍ କରିଛି । ଏହି ଔଷଧ କରୋନା ମୁକାବିଲାରେ ଫଳପ୍ରଦ ହେବ ବୋଲି କମ୍ପାନୀ କହିଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଏହି ଔଷଧକୁ ବ୍ୟବହାର କରାଯିବ ।

ଏହି ଔଷଧ ଟାବଲେଟରେ ବିକ୍ରୟ ହେବ । ପ୍ରତି ଟାବଲେଟ୍ ପିଛା ଦାମ ରହିଛି ୩୯ ଟଙ୍କା । ୨୦୦ ଏମଜିର ପାଓ୍ୱାରର ଏକ ଷ୍ଟ୍ରିପରେ ୧୦ଟି ଟାବଲେଟ୍ ରହୁଛି । ଏହି ଔଷଧକୁ ତେଲେଙ୍ଗାନାରେ କମ୍ପାନୀର ମାନ୍ୟୁଫାକ୍ଚରିଂ ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି । ସମସ୍ତ ନିୟମାବଳୀ ଓ ସୁରକ୍ଷା ଦୃଷ୍ଟିକୋଣକୁ ନଜରରେ ରଖି ଏହାକୁ ତିଆରି କରାଯାଇଛି । ଏନେଇ ନିଜେ କମ୍ପାନୀ ପକ୍ଷରୁ କୁହାଯାଇଛି ।

 

Please Share

Leave a Reply

Your email address will not be published. Required fields are marked *