କରୋନା ସ୍ଥିତି ଜଟିଳ : ଖୋର୍ଦ୍ଧା ପରେ ଗଜପତୀ ଓ ପୁରୀ ବଢାଇଲା ଚିନ୍ତା ; ଗଞ୍ଜାମରୁ ସର୍ବାଧିକ ୫୬୦

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ରାଜ୍ୟରେ ଆଉ ୧୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୮୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୩୩ ଜଣ ଚିହ୍ନଟ ହୋଇଅଛନ୍ତି ।ଚିହ୍ନଟ ହୋଇଥିବା ୧୩୨୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୬୦ ଏବଂ ଖୋର୍ଦ୍ଧା ରୁ ୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଅଛନ୍ତି । ଗଞ୍ଜାମ ର ସ୍ଥିତି ଦିନ କୁ ଦିନ ଜଟିଳ ରୁ ଜଟିଳତର ହେବାରେ ଲାଗିଛି, ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ପରି ମାନେ ହେଉଥିବା ସମୟରେ ଖୋର୍ଦ୍ଧା, ରାୟଗଡ଼ା ଜିଲ୍ଲାରେ ସଂକ୍ରମିତ ସଂଖ୍ୟାରେ ଦୃତ ବୃଦ୍ଧି ସରକାର ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଲକ୍ ଡାଉନ୍ ସତ୍ତ୍ଵେ ଖୋର୍ଦ୍ଧା ଜିଲ୍ଲା ରେ ସଂକ୍ରମିତ ସଂଖ୍ୟା ରେ ଲଗାତାର ଭାବରେ ବୃଦ୍ଧି ସରକାର ଙ୍କ ଆଖିରୁ ନିଦ ଛଡାଇ ନେଇଛି ସେହିପରି ଭାବେ ପୁରୀ ଜିଲ୍ଲାରୁ ଆକ୍ରମିତ ଙ୍କ ସଂଖ୍ୟାରେ ଆକସ୍ମିକ ବୃଦ୍ଧି ସାଧାରଣ ଲୋକ ମାନଙ୍କ ମନରେ ଭୟ ର ବାତା ବରଣ ସୃଷ୍ଟି କରିଛି।


ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ଜଣ, ବରଗଡ ଜିଲ୍ଲାରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ୨୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୪୭ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଗଜପତି ଜିଲ୍ଲାରୁ ୯୦ଜଣ, ଗଞ୍ଜାମ ଜିଲ୍ଲାରୁ ୫୬୦ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୨୩ଜଣ, ଝାରସୁଗୁଡା ଜିଲ୍ଲାରୁ ୨ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ୩୯ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ଜଣେ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୭୪ଜଣସ କୋରାପୁଟ ଜିଲ୍ଲାରୁ ୩୦ଜଣ, ନୟାଗଡ଼ ଜିଲ୍ଲାରୁ ୩୮ଜଣ, ନୂଆପଡ଼ା ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୯୦ଜଣ, ରାୟଗଡ଼ା ଜିଲ୍ଲାରୁ ୬୫ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୦୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୬୫୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୨୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୪୬୩୧୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Please Share

Leave a Reply

Your email address will not be published. Required fields are marked *