ନୂଆଦିଲ୍ଲୀ : ଦେଶ ରେ କୋରୋନା ସ୍ଥିତି ଜଟିଳ ରୁ ଜଟିଳତର ହେବାରେ ଲାଗିଛି । ଖବର ମୁତାବକ କାଲି ଗୋଟିଏ ଦିନରେ ଅର୍ଥାତ୍ ୨୪ ଘଣ୍ଟା ମଧ୍ୟ ରେ ସର୍ବ ଭାରତ ସ୍ତରରେ ସର୍ବମୋଟ ୪୮,୯୧୬ ଟି ନୂଆ ମାମଲା ଚିହ୍ନଟ କରାଯାଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୭୫୭ ଜଣ କୋରୋନା ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଜାରି କରାଯାଇଥିବା ଅପଡେଟ ଅନୁସାରେ କାଲି ର ଆକ୍ରାନ୍ତ ଙ୍କ ସଂଖ୍ୟା କୁ ମିଶାଇ ଏଯାବତ୍ ୧୩ଲକ୍ଷ ୩୬ ହଜାର ୮୬୧ ଜଣ ଲୋକ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ଅଛନ୍ତି ସେଥିରୁ ୩୧,୩୫୮ ଜଣଙ୍କ ର ମୃତ୍ୟୁ ହୋଇଅଛି।
ଏଠାରେ ଉଲ୍ଲେଖଯୋଗ୍ୟ କି ମୋଟ ଆକ୍ରାନ୍ତ ଙ୍କ ମଧ୍ୟ ରୁ ୮ ଲକ୍ଷ ୪୯ ହଜାର ରୁ ବେଶୀ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯାହା କି ଏକ ଆଶ୍ଵାସନା ର କଥା । ICMR ର ରେପୋର୍ଟ ଅନୁସାରେ ଆଜି ଯାଏ ପ୍ରାୟ ୧ କୋଟି ୫୮ ଲକ୍ଷ ୪୯ ହଜାର ୬୮ ଜଣ ଲୋକଙ୍କୁ କୋରୋନା ଟେଷ୍ଟ ହୋଇଅଛି କାଲି ଗୋଟିଏ ଦିନରେ ୪ ଲକ୍ଷ ୨୦ ହଜାର ୮୯୮ ଜଣ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିଲା ।କୋରୋନା ଯୋଗୁଁ ମହାରାଷ୍ଟ୍ର , ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ ର ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି ।
କରୋନା ଅପଡେଟ୍ସ
Click for Any Complaint Regarding This News
AAA Online Services