ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଶେରଗଡ଼ ବଡ଼ଦାଣ୍ଡ ସାହିର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତାମ୍ବର ପାଢ଼ୀଙ୍କ କୌଣସି କାରଣ ବଶତଃ ନିଜ ବାସଭବନରେ ମୃତୁ ହୋଇଥିଲା କିନ୍ତୁ କରୋନା ଭୁତାଣୁ ଭୟରେ ବନ୍ଧୁ ପରିଜନ ସାହି ପୋଡ଼ସି ସ୍ମଶାନକୁ ନେବା ପାଇଁ ଆସିଲେ ନାହିଁ I ମାନବିକତାର ପରିଚୟ ଦେଇ ମଣିଷପଣିଆ ଦେଖାଇ ଶେରଗଡ଼ ଅଞ୍ଚଳର ଚାରି ଜଣ ସାମ୍ବାଦିକ ମେଘନାଦ ଦାସ, ଶଙ୍କର ପ୍ରସାଦ ପ୍ରଧାନ, ବାଲାଜୀ ପ୍ରଧାନ ଓ ଅଜିତ ପଣ୍ଡା ନିଜସ୍ୱ ଖର୍ଚ୍ଚରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନୀଳକଣ୍ଠେସ୍ୱର ସ୍ମଶାନରେ ନେଇ ମୃତ ଶରୀରକୁ ଦାହ କରିଥିବାରୁ ସେହି ମହାନ ବ୍ୟକ୍ତିତ୍ବଙ୍କୁ ଅନ୍ତରରୁ ସାଧୁବାଦ ଜଣାଇବା ସହ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ଓଡିଶା ବିଧାନସଭା।ର ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ର |
ସାମ୍ବାଦିକଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ବାଚସ୍ପତି
Click for Any Complaint Regarding This News
AAA Online Services