ଭୁବନେଶ୍ୱର : ରାଜ୍ୟରେ ଆଉ ୧୫୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୨୭ ଜଣ ଚିହ୍ନଟ ହୋଇଅଛନ୍ତି ।ଚିହ୍ନଟ ହୋଇଥିବା ୧୦୬୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩୨ ଏବଂ ଖୋର୍ଦ୍ଧା ରୁ ୭୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଅଛନ୍ତି । ଗଞ୍ଜାମ ର ସ୍ଥିତି ସଂଗୀନ ହୋଇ ପଡ଼ିଛି ଏଠାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ପରି ମାନେ ହେଉଥିବା ସମୟରେ ଖୋର୍ଦ୍ଧା, କଟକ ଜିଲ୍ଲାରେ ସଂକ୍ରମିତ ସଂଖ୍ୟାରେ ଦୃତ ବୃଦ୍ଧି ସରକାର ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ୱର ର ନୂଆ ସଂଖ୍ୟା ପୂର୍ବତନ ସବୁ ରେକର୍ଡ କୁ ଭାଙ୍ଗି ଦେଇଛି ଲକ୍ ଡାଉନ୍ ସତ୍ତ୍ଵେ କଟକ ଓ ଖୋର୍ଦ୍ଧା ଜିଲ୍ଲା ରେ ସଂକ୍ରମିତ ସଂଖ୍ୟା ରେ ଅକସ୍ମିତ ବୃଦ୍ଧି ସରକାର ଙ୍କ ଆଖିରୁ ନିଦ ଛଡାଇ ନେଇଛି । ଆଜି ତଥ୍ୟ ମୁତାବକ ଭଦ୍ରକ ଜିଲ୍ଲା ରେ କରୋନା ଅାକ୍ରାନ୍ତ ବୃଦ୍ଧି ହେବ ପରିଲକ୍ଷିତ ହେଉଛି । ଧୀରେ ଧୀରେ ରାଜ୍ୟ ସରକାର କରୋନା ମୁକାବିଲା ରେ ପଛରେ ପଡ଼ିବା ଭଳି ପ୍ରତିତ ହେଉଅାଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା ରୁ ୧୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୨ ଜଣ, ବରଗଡ ଜିଲ୍ଲାରୁ ୮ ଜଣ, ଭଦ୍ରକ ଜିଲ୍ଲାରୁ ୩୦ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲା ରୁ ୪୧ ଜଣ, କଟକ ଜିଲ୍ଲାରୁ ୧୩୬ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୭୩୨ ଜଣ,ଗଜପତି ଜିଲ୍ଲା ରୁ ୩ ଜଣ, ଜଗତସିଂହପୁର ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ,ଝାରସୁଗୁଡ଼ା ଜିଲ୍ଲା ରୁ ୮ ଜଣ ,କଳାହାଣ୍ଡି ଜିଲ୍ଲାରୁ ୧ ଜଣ, କଳାହାଣ୍ଡି ଜିଲ୍ଲର ୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୭ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ,କେନ୍ଦୁଝର ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୨୦ ଜଣ, କୋରାପୁଟ ଜିଲ୍ଲାରୁ ୩୩ ଜଣ,ମାଳକନିଗିରି ଜିଲ୍ଲାରୁ ୯ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୨ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ, ନୟାଗଡ ଜିଲ୍ଲାରୁ ୧୦ ଜଣ, ନୂଆପଡ଼ା ଜିଲ୍ଲା ରୁ ୧, ପୁରୀ ଜିଲ୍ଲାରୁ ୩୦ ଜଣ ,ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୋନେପୂର୍ ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୬ ଜଣ ରହିଛନ୍ତି । ଆଜି ର ରିପୋର୍ଟ ଓଡ଼ିଶା ର ସବୁ ଜିଲ୍ଲା କୁ କରୋନା ବ୍ୟାପିବା କଥା ସ୍ପଷ୍ଟ କରିଛି । ଏବେ ଗଞ୍ଜାମ ଜିଲ୍ଲା ପରି ଖୋର୍ଦ୍ଦା ଜିଲ୍ଲା ରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ସ୍ପଷ୍ଟ କରିଛି । ଆଜି ର ରେପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଖୋର୍ଦ୍ଦା ଓ କଟକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦୁଇଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି ।