ଦେଶରେ କୋରୋନା ସ୍ଥିତି ଗମ୍ଭୀର : ଲଗାତାର ଦ୍ଵିତୀୟ ଦିନ ପାଇଁ ପୁରୁଣା ରେକର୍ଡ ଭାଙ୍ଗିଲା

Advertisement
Advertisement
Click for Any Complaint Regarding This News
AAA Online Services

ନୂଆଦିଲ୍ଲୀ : ଦେଶ ରେ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । କାଲି ପରି ଆଜି ମଧ୍ୟ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପୂର୍ବ ସବୁ ରେକର୍ଡ ଭାଙ୍ଗିଛି । ଆଜିର ଖବର ମୁତାବକ କାଲି ଗୋଟିଏ ଦିନରେ ଅର୍ଥାତ୍ ୨୪ ଘଣ୍ଟା ମଧ୍ୟ ରେ ସର୍ବ ଭାରତ ସ୍ତରରେ ସର୍ବମୋଟ ୪୯,୩୧୦ ଟି ନୂଆ ମାମଲା ଚିହ୍ନଟ କରାଯାଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୭୪୦ ଜଣ କୋରୋନା ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ସ୍ବାସ୍ଥ୍ୟ ବିଭାଗ ଦ୍ଵାରା ଜାରି କରାଯାଇଥିବା ଅପଡେଟ ଅନୁସାରେ କାଲି ର ଆକ୍ରାନ୍ତ ଙ୍କ ସଂଖ୍ୟା କୁ ମିଶାଇ ଏଯାବତ୍ ୧୨,୮୭,୯୪୫ ଜଣ ଲୋକ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ଅଛନ୍ତି ସେଥିରୁ ୩୦,୬୦୧ ଜଣଙ୍କ ର ମୃତ୍ୟୁ ହୋଇଅଛି। ଏଠାରେ ଉଲ୍ଲେଖଯୋଗ୍ୟ କି ମୋଟ ଆକ୍ରାନ୍ତ ଙ୍କ ମଧ୍ୟ ରୁ ୮ ଲକ୍ଷ ୪୭ ହଜାର ରୁ ବେଶୀ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଯାହା କି ଏକ ଆଶ୍ଵାସନା ର କଥା । ICMR ର ରେପୋର୍ଟ ଅନୁସାରେ ଆଜି ଯାଏ ଆଜି ଯାଏ ୧ କୋଟି ୫୪ ଲକ୍ଷ କୋରୋନା ଟେଷ୍ଟ ହୋଇଅଛି ।କୋରୋନା ଯୋଗୁଁ ମହାରାଷ୍ଟ୍ରର ସ୍ଥିଥି ସଂଗି ହୋଇ ପଡିଛି ଏଯାବତ୍ କେବଳ ମହାରାଷ୍ଟ୍ରରେ ୧୨,୮୪୫ ଜଣ ଲୋକ ପ୍ରାଣ ହରାଇଛନ୍ତି।

Please Share

Leave a Reply

Your email address will not be published. Required fields are marked *