ସମାଜସେବୀ ସରୋଜ କୁମାର ଦାଶଙ୍କୁ ୨୦୧୮ବର୍ଷ ପାଇଁ ଓଡ଼ିଶା ଯୁବ ପ୍ରେରଣା ପୁରସ୍କାର ପ୍ରଦାନ

Advertisement
Advertisement
Click for Any Complaint Regarding This News
AAA Online Services[pam]108[/pam]

ଓଡ଼ିଶାର ବାଲେଶ୍ୱର ଜିଲାର ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଦାଶ ପିଲାଦିନରୁ ସମାଜସେବା ପ୍ରତି ମନ ନିବେଶ କରିଥିଲେ । ଏସିଡ୍ ଆକ୍ରମଣ ପିଡ଼ୀତାଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେବା ସହ ଏସିଡ୍ ପିଡ଼ୀତାଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ଦେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । କନ୍ୟାସନ୍ତାନଙ୍କ ଜୀବନ, ସୁରକ୍ଷା ଏବଂ ସମ୍ମାନ ନିମନ୍ତେ ବର୍ତ୍ତମାନ ସେ ‘କନ୍ୟା ଅନ୍ମୋଲ ହେ’ ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି ।
ତାଙ୍କ ପିତା ସ୍ୱର୍ଗତ ଶ୍ରୀ ସନତ କୁମାର ଦାଶ ଦୀର୍ଘ ସମୟ ଧରି ଜଣେ ରାଜନୀତିଜ୍ଞ ଥିବା ସହ ମୁଦି୍ରତ ଗଣମାଧ୍ୟମରେ ଜଣେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ମାତା ଥିଲେ ଜଣେ ସୁଗୃହିଣୀ । ବାଲେଶ୍ୱର ଜିଲା ଶୋଭରାମପୁର ଉଚ୍ଚବିଦ୍ୟାଳୟରେ ସ୍କୁଲ ଶିକ୍ଷା ଶେଷ କରି ସେ ଫକୀର ମୋହନ କଲେଜରେ ଉଚ୍ଚଶିକ୍ଷା ପ୍ରାପ୍ତ କରିବା ସମୟରେ ସେ ଫକୀର ମୋହନ କଲେଜ ଛାତ୍ର ସଂସଦର ସଭାପତି ଏବଂ ଉପସଭାପତି ଭାବେ ଚୟନ ମଧ୍ୟ ହୋଇଥିଲେ । ସେହି ଦିନଠାରୁ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନିମନ୍ତେ ପଦକ୍ଷେପ ନେଇଥିଲେ ଯାହା ଆଜି ବାଲେଶ୍ୱରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାପନ କରିବାରେ ସହାୟତା ପ୍ରଦାନ କରିଛି । ଶ୍ରୀ ଦାଶ ଆଇନରେ ସ୍ନାତକୋତ୍ତର କରିବା ସହ ସେଲ୍ସ ଏବଂ ମାର୍କେଟିଂ (ନିମାକ୍ଟ)ରେ ପିଜି ଡିପ୍ଲୋମା ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ (ଏଚ୍ଆର୍)ରେ ଏମ୍ବିଏ ମଧ୍ୟ କରିଛନ୍ତି ।
ସମାଜର ପଛୁଆବର୍ଗ ଲୋକଙ୍କୁ ସମାନ ନ୍ୟାୟ ଦେବା ଉଦେ୍ଧଶ୍ୟରେ, ସେ ଉତ୍ତର ଓଡ଼ିଶା ସାମାଜିକ ଏବଂ ସାଂସ୍କୃତିକ ଅନୁÂାନ (ନୋସାକା)ରେ ସଭାପତି ପଦରେ ଅବସ୍ଥାପିତ ହୋଇ ଏହି ଅନୁÂାନ ସହ ଜଡ଼ିତ ଅଛନ୍ତି । ଏହି ଅନୁÂାନ ବାଲେଶ୍ୱର, ଭଦ୍ରକ, କେଉଁଝର ଏବଂ ମୟୂରଭଞ୍ଜ ଜିଲାରେ ଥିବା ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱରରେ ସମାନ ସୁଯୋଗ ପ୍ରଦାନ କରି ସେମାନଙ୍କ ପ୍ରତିଭାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଏତଦ୍ବ୍ୟତୀତ ଶ୍ରୀ ଦାଶ ଉକ୍ତ କ୍ଷେତ୍ରଗୁଡ଼ିକର ସାମାଜିକ-ଆର୍ଥିକ ବିକାଶ ନିମନ୍ତେ ମଧ୍ୟ କାର୍ଯ୍ୟ କରୁଛନ୍ତି । ସେ ଭୁବନେଶ୍ୱରସ୍ଥିତ ରୋଟାରୀ ଏଲିଟ୍ ରେ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ।
ନିଜ ଜୀବନ ଯାତ୍ରା ମଧ୍ୟରେ, ସମାଜସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଶା ୟୁଥ୍ ଟ୍ୟାଲେଣ୍ଟ ସୋସାଇଟୀ ତରଫରୁ ତାଙ୍କୁ ‘ୟୁଥ୍ ଆଇକନ୍୍ ଆୱାଡର଼୍’ ରେ ମଧ୍ୟ ସମ୍ମାନିତ କରାଯାଇଛି । ଟାଇମ୍ସ ଗ୍ରୂପର ଦୈନିକ ଇଂରାଜୀ ଖବରକାଗଜ ଦ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ମଧ୍ୟ ‘ଆଚିଭର୍ସ ଅଫ୍ ଓଡ଼ିଶା’ ତାଙ୍କୁ ବାଲେଶ୍ୱରର ‘ବିପଦର ବନ୍ଧୁ’ ଅନୁÂାନ ପକ୍ଷରୁ ‘ବିପଦର ବନ୍ଧୁ’ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ କେଉଁଝର ଜିଲାରେ ଘସିପୁରା ରଜ ମହୋତ୍ସବରେ ତାଙ୍କୁ ‘ଆଦର୍ଶ ବ୍ୟକ୍ତିତ୍ୱ ସମ୍ମାନରେ’ ସମ୍ମାନିତ କରାଯାଇଛି ।
ବର୍ତ୍ତମାନ ସେ ବିପିଆଇଏଲ୍ ରେ ଓଡ଼ିଶା, ବିହାର, ଝାରଖଣ୍ଡର କ୍ଲଷ୍ଟର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଶ୍ରୀ ଦାଶଙ୍କ ପତ୍ନୀ ଶ୍ରୀମତି ସସ୍ମିତା ଦାଶ ତାଙ୍କର ଏହି ସଫଳ ଜୀବନଯାତ୍ରାର ସାଥୀ ହୋଇପାରିଛନ୍ତି । ସମାଜରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ନିମନ୍ତେ ଆବଶ୍ୟକୀୟ ତଥ୍ୟଭିତ୍ତିକ ବିଷୟବସ୍ତୁକୁ ଆଧାର କରି କବିତା ଏବଂ ଗଳ୍ପ ରଚନା କରିବା ହେଉଛି ଏହି ସମାଜସେବୀଙ୍କ ଏକ ନିଶା ଆଉ ଆଗ୍ରହ ।

Please Share

Leave a Reply

Your email address will not be published. Required fields are marked *