ଚର୍ଚ୍ଚାରେ ବାବା ଆର୍ତ୍ତତ୍ରାଣ ; ବଢ଼ିବାରେ ଲାଗିଛି ସମର୍ଥନ।

Advertisement
Advertisement
Click for Any Complaint Regarding This News
AAA Online Services

କଟକ : ଅମ୍ବିକା ପ୍ରସନ୍ନ ତ୍ରିପାଠୀ : କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରୁଛି। ସାରା ବିଶ୍ୱ ଏହି ମହାମାରୀ ଠୁ ମୁକାବିଲା କରିବା ପାଇଁ ଚିନ୍ତାରେ ଅଛି। ଏହି ସମୟରେ ଓଡ଼ିଶାରେ ବାବା ଆର୍ତ୍ତତ୍ରାଣଙ୍କ ନେଇ ଜୋର ଚର୍ଚ୍ଚା ଆରମ୍ବ ହୋଇଛି। ଯେଉଁ ଦିନ ଠୁ ବାବା ଆର୍ତ୍ତତ୍ରାଣ କହିଛନ୍ତି ଯେ ତାଙ୍କ ମନ୍ତ୍ର ଶକ୍ତି ବଳରେ ସେ କରୋନା ରୋଗକୁ ଆରୋଗ୍ୟ ଲାଭ କରେଇ ପାରିବେ ସେ ଦିନ ଠୁ ଚର୍ଚ୍ଚା ଜୋର ଦାର ହେଉଛି। ବାବା ଆର୍ତ୍ତତ୍ରାଣ ଏହି କାର୍ଯ୍ୟ ପାଇଁ ସରକାରଙ୍କ ଠୁ ଅନୁମତି ଲୋଡିଛନ୍ତି। କିନ୍ତୁ ସରକାର ପକ୍ଷରୁ ତାଙ୍କୁ ଅନୁମତି ପ୍ରଦାନ କରାଯାଇ ନାହିଁ।

ବାବା ଆର୍ତ୍ତତ୍ରାଣଙ୍କ ଏହି ଇଶ୍ଵର ଦତ୍ତ ଦୈବିକ ଚିକିତ୍ସା ସତ୍ୟା ସତ୍ୟ ପରୀକ୍ଷା ପାଇଁ ଯଦି ଜନସାଧାରଣ ଚାହୁଁଛନ୍ତି ତେବେ ତାଙ୍କୁ ସୁଯୋଗ ଦେବାରେ ଅସୁବିଧା କେଉଁଠି ?
ଗତ ଦୁଇ ଦିନ ପୂର୍ବେ ଓଡ଼ିଶା ସୁରକ୍ଷା ସେନା ଭଳି ଏକ ଆଗ ଧାଡ଼ିର ସଙ୍ଘଠନ ବିଭିନ୍ନ ସୋସିଆଲ ମିଡ଼ିଆ ଓ ସମ୍ବାଦ ଦ୍ୱାରା ଏହି ବିଷୟକୁ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି। ଏହା ସହିତ ରାଜ୍ୟରେ ବହୁ ଅଗ୍ରଣୀ ସଙ୍ଘଠନ ଏହି ବିଷୟରେ ବାବାଙ୍କୁ ସମର୍ଥନ କରି ଆଗକୁ ଆସିଥିବା ଦେଖିବାକୁ ମିଳିଛି। ଭାରତ ର କୋଣ ଅନୁକୋଣରେ ଦୈବୀ ଶକ୍ତି୍ ପରିପ୍ରକାଶ ହୋଇଛି ଏବଂ ଜନସାଧାରଣ ମଧ୍ୟ ଉପକୃତ ହୋଇଛନ୍ତି। କାରଣ ଭାରତ ର ଜନସାଧାରଣ ଦୈବୀ ଶକ୍ତି୍ ର ବିଶ୍ବାସୀ। ଯେତେବେଳେ ଇଶ୍ଵର ଙ୍କ ସତ୍ତା ଆମେ ଅନୁଭବ କରୁ ଇଶ୍ଵର ଙ୍କ କୃପା ଲାଭ କରୁ ତେବେ ୟେ କ୍ଷେତ୍ରରେ ପରୀକ୍ଷା ବାଞ୍ଛନୀୟ।
ଶୈବ ଶକ୍ତିର ଅଧିକାରୀ ବାବା ଆର୍ତ୍ତତ୍ରାଣ ମଧ୍ୟ ବହୁ ପୁରାତନ ନୂତନ ରୋଗ ଯାହା ଔଷଧ ଓ ଡାକ୍ତର ଙ୍କ ଅସଫଳ ରେ ତାଙ୍କ୍ ପାଖକୁ ଆସିଛି ସେ ତାହାକୁ ସହଜରେ ଭଲ କରିଛନ୍ତି। ଭିତ୍ତିଭୂମି ନ ଥିଲେ କେହି ଡମ୍ଭୋକ୍ତି ଦେଖାଇ ବ ନାହିଁ।

ପ୍ରାଚୀନ ପୌରାଣିକ ବେଦ ଉପନିଷଦ ,ଗ୍ରନ୍ଥ, ଗୀତା, ମହାଭାରତ, ରାମାୟଣ ଇତ୍ୟାଦି କୁ ଆମେ ବିଶ୍ୱାସ କରୁ ଇଶ୍ୱରଙ୍କ ପ୍ରତିକୃତି କୁ ମନ୍ ମଧ୍ୟରେ ଅନୁଭବ କରି ମୂର୍ତ୍ତି ତିଆରି କରି ପାରୁ ତାଙ୍କର ସତ୍ତା ତାଙ୍କର ସାନିଧ୍ୟ ଲାଭ କରିପାରୁ। ଦୈନନ୍ଦିନ ଜୀବନରେ ଇଶ୍ୱରଙ୍କ ପୂଜା ଆରାଧନା ପର୍ବ ପର୍ବାଣୀ କରୁ ତେବେ ଦୈବୀ ଶକ୍ତି ପରୀକ୍ଷାରେ ଅବିଶ୍ବାସ କେଉଁଠି। ମନ୍ତ୍ର ଦ୍ଵାରା ରୋଗ ଭଲ ହେବାର ସମସ୍ତେ ଜାଣିଛନ୍ତି ଶୁଣିଛନ୍ତି ଅନୁଭବ ମଧ୍ୟ କରିଛନ୍ତି ତେବେ ଏପରି ମହାମାରୀ ସମୟରେ ଚିକିତ୍ସା ବିଜ୍ଞାନ ନା ପ୍ରତିରୋଧ ନା ପ୍ରତିଷେଧକ ତିଆରି କରି ପାରିନାହିଁ, ଗବେଷଣା ପରୀକ୍ଷା ନିରୀକ୍ଷା ଚାଲିଛି ତେବେ ବାବାଙ୍କୁ ପରୀକ୍ଷା ପାଇଁ ସୁଯୋଗ ଦିଆ ଯିବା ଯୁକ୍ତି ଯୁକ୍ତ ବୋଲି ସବୁ ମହଲରେ ଦାବି ଉଠୁଛି। ବିନା ଖର୍ଚ୍ଚ ବିନା କଷ୍ଟରେ ଯଦି ଏପରି ମହାମାରୀ ଭଲ ହୋଇପାରେ ତେବେ ତାଙ୍କର ପରୀକ୍ଷା ନିହାତି ଆବଶ୍ୟକ। କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କୁ ଛାଡିଲା ପରେ ଓଡ଼ିଶାରେ ସବୁ ଆଡେ ଏବଂ ସବୁ ମହଲରେ ବାବା ଆର୍ତ୍ତତ୍ରାଣଙ୍କୁ ଥରେ ସରକାର ସୁଯୋଗ ଦେବା କଥା ବୋଲି ଅନୁରୋଧ କରାଯାଉଛି।

Please Share

Leave a Reply

Your email address will not be published. Required fields are marked *