ମନ୍ତ୍ରୀ ପରିଷଦ ବୈଠକରେ କଣ ନିଷ୍ପତ୍ତି ନେଲେ ସରକାର ଜାଣନ୍ତୁ ଏହି ରିପୋର୍ଟ ରୁ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଆ ଯାଇଥିବା ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ପ୍ରେସ ମିଟ ଜରିଆରେ କହିଛନ୍ତି। ସେ କହିଥିଲେ ଯେ କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି। ୩୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଗଲା, ଏହା ସହିତ ୯୦ ଲ୍ୟାବ କାମ କରୁଛି। ୧୩ ହଜାର ୭୯୬ଟି କ୍ୱାରେଣ୍ଟାଇନ ସେଣ୍ଟର ଚାଲୁ ରହିଛି।

କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସମସ୍ତ ଟଙ୍କା ଦିଆଯିବ।
ରାଜ୍ୟରେ ୮ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲାଣି। ସେମାନଙ୍କୁ ସମସ୍ତ ଟଙ୍କା ଦିଆଯିବ । ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ଦିଆଯିବ । ଶେଷକୃତ୍ୟ ପାଇଁ ୭୫୦୦ ଟଙ୍କା ସରକାର ପ୍ରଦାନ କରିବେ। ସ୍ୱାସ୍ଥ୍ୟ ସେବାକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ମେଡିକାଲ ସେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି

Please Share

Leave a Reply

Your email address will not be published. Required fields are marked *