ରାଜ୍ୟରେ କରୋନା ଆତଙ୍କ ଦିନକରେ ଚାରି ଅଙ୍କ ଛୁଇଁଲା କରୋନା; ଚିନ୍ତା ବଢ଼ାଉଛି ଖୋର୍ଦ୍ଧା ଓ କଟକ ; ଗଞ୍ଜାମରୁ ସର୍ବାଧିକ ୩୭୧

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ରାଜ୍ୟରେ ଆଉ ୧୦୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୨୧ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୫୭ ଜଣ ଚିହ୍ନଟ ହୋଇଅଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୭୧ ଏବଂ ଖୋର୍ଦ୍ଧା ରୁ ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଅଛନ୍ତି । ଗଞ୍ଜାମ ର ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା ବେଳେ ଖୋର୍ଦ୍ଧା, କଟକ ଜିଲ୍ଲାରେ ସଂକ୍ରମିତ ସଂଖ୍ୟାରେ ଦୃତ ବୃଦ୍ଧି ସରକାର ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସେହିପରି ଭାବେ ରାୟଗଡ଼ା ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ରେ ଅକସ୍ମିତ ବୃଦ୍ଧି ସରକାର ଙ୍କ ଆଖିରୁ ନିଦ ଛଡାଇ ନେଇଛି । ଧୀରେ ଧୀରେ ରାଜ୍ୟ ସରକାର କରୋନା ମୁକାବିଲା ରେ ପଛରେ ପଡ଼ିବା ଭଳି ପ୍ରତିତ ହେଉଅାଛନ୍ତି ।


ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାର ୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦ ଜଣ, ବରଗଡ ଜିଲ୍ଲାରୁ ୨୬ ଜଣ, ଭଦ୍ରକ ଜିଲ୍ଲାରୁ ୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, ବୌଦ୍ଧ ଜିଲ୍ଲା ରୁ ୩ ଜଣ, କଟକ ଜିଲ୍ଲାରୁ ୫୭ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୩୭୧ ଜଣ,ଗଜପତି ଜିଲ୍ଲା ରୁ ୨୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୫ ଜଣ, ଯାଜପୁର ଜିଲ୍ଲାରୁ ୨୦ ଜଣ,ଝାରସୁଗୁଡ଼ା ଜିଲ୍ଲା ରୁ ୩୪ ଜଣ ,କଳାହାଣ୍ଡି ଜିଲ୍ଲାରୁ ୧୫ ଜଣ, କନ୍ଧମାଳ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୪ ଜଣ,କେନ୍ଦୁଝର ଜିଲ୍ଲାରୁ ୧୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୧ ଜଣ, କୋରାପୁଟ ଜିଲ୍ଲାରୁ ୧୫ ଜଣ, ମାଲକାନଗିରି ଜିଲ୍ଲାରୁ ୬୬ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୭ଜଣ, ନୟାଗଡ ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୨୮ ଜଣ ,ରାୟଗଡ଼ା ଜିଲ୍ଲାରୁ ୯୬,ସମ୍ବଲପୁର ଜିଲ୍ଲାରୁ ୨୦ ଜଣ, ସୋନପୁର ଜିଲ୍ଲାରୁ ୧୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୯ଜଣ ରହିଛନ୍ତି । ଆଜି ରାଜ୍ୟ ର ଏକ ଦୁଇଟି ଜିଲ୍ଲା କୁ ଚଡି ବାକି ସବୁ ଜିଲ୍ଲା ରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ଯେ ଗୋଷ୍ଠୀ ସଂକ୍ରମଣ ର ଦ୍ଵାରା ଦେଶରେ ପହଁଚି ସରିଛି ତାହା ଏହି ରେପୋର୍ଟ୍ ସ୍ପଷ୍ଟ କରିଛି ।

Please Share

Leave a Reply

Your email address will not be published. Required fields are marked *