N95 ମାସ୍କ ମଧ୍ୟ କରୋନା ରେ ବିପଦପୂର୍ଣ୍ଣ, ପଢନ୍ତୁ ଏହି ରିପୋର୍ଟ

Advertisement
Advertisement
Click for Any Complaint Regarding This News
AAA Online Services

ଭୁବନେଶ୍ୱର : ଦିନ କୁ ଦିନ କରୋନା ଯେତେ ସଂକ୍ରମିତ ହେଉଛି ତଦଜଡିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନୂତନ ତଥ୍ୟ ବହୁତ୍ ଚିନ୍ତାଜନକ ରହିଅଛି । ଭାରତ ସରକାର N-95 ମାସ୍କକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ଏହି ଗାଇଡଲାଇନରେ N-95 ମାସ୍କକୁ ବିପଦପୂର୍ଣ୍ଣ କୁହାଯାଇଛି ମାନେ ଯଦି ଆପଣ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବ ପାଇଁ N-95 ମାସ୍କ ବ୍ୟବହାର କରୁଛନ୍ତି ତାହେଲେ ଏହା ଆପଣଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିବାକୁ ଅଯୋଗ୍ୟ ବୋଲି ଭାରତ ସରାରଙ୍କର ନୂତନ ଗାଇଡଲାଇନ ରେ ପ୍ରକାଶ କରାଯାଇଛି ।

କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦେଶକ ଡ.ରାଜୀବ ଗର୍ଗ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପତ୍ର ଲେଖି N-95 ବ୍ୟବହାର ଉପରେ ତୁରନ୍ତ ରୋକ ଲଗାଇବାକୁ କହିଛନ୍ତି | ସରକାରଙ୍କ ତରଫରୁ କୁହାଯାଇଛି ଯେ N-95 ମାସ୍କରେ ଥିବା ବଲବ୍ କରୋନା ଭାଇରସକୁ ବାହାରକୁ ବାହାରିବା ପାଇଁ ସାହାଯ୍ୟ କରିନଥାଏ | N-95 ମାସ୍କ କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ପୂର୍ଣ ଅସଫଳ |ତେଣୁ ବଲ୍ବ ଲାଗିଥିବା N-95 ମାସ୍କ ବ୍ୟବହାର ନ କରିବାକୁ ସଚିବ ଚେତାବନୀ ଜାରି କରି କହିଛନ୍ତି ଯେ ଏହି ମାସ୍କ ଦ୍ୱାରା ଭାଇରସର ପ୍ରସାର ବନ୍ଦ ହେଉନାହିଁ ଏବଂ ଏହି ମାସ୍କ କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପର ବିପରୀତ |ସେ କହିଛନ୍ତି ଯେ ବଲ୍ବ ଲାଗିଥିବା N-95 ମାସ୍କ କରୋନା ଭାଇରସର ପ୍ରସାର ରୋକିବାକୁ ନିଆଯାଇଥିବା ପଦକ୍ଷେପର ବିପରୀତ ତେଣୁ ବଜାରରେ ମିଳୁଥିବା N-95 ମାସ୍କ ବଦଳରେ ଲୋକେ ଫେସ କଭର କିମ୍ବା ମାଉଥ କଭର ବ୍ୟବହାର କରନ୍ତୁ|

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ କରୋନାରୁ ବଞ୍ଚିବା ପାଇଁ ଟ୍ରିପଲ ଲେୟାର ମାସ୍କ ବ୍ୟବହାର ସବୁଠାରୁ ଅଧିକ ସୁରକ୍ଷିତ ବୋଲି ଜଣା ପଡିଛି । ଏହି ଗାଇଡଲାଇନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସେବା ମହାନିର୍ଦେଶକଙ୍କ ଦ୍ଵାରା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି।

Please Share

Leave a Reply

Your email address will not be published. Required fields are marked *