ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଥାନୀୟ ବସଷ୍ଟାଣ୍ଡ ବାସ କରୁଥିବା ଗୋଟିଏ ପରିବାରର ୩ଟି ଜୀବନ ନେଇଛି କରୋନା ମହାମାରୀ ଏକ ସପ୍ତାହ ମଧ୍ୟରେ । ଯାହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ରହୁଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ବସଷ୍ଟାଣ୍ଡର ଇଲୋକ୍ଟ୍ରନିକ୍ସ୍ ଦୋକାନ କରିଥିବା ରିଙ୍କୁ ଓରଫ ଇ.ଜିତେନ୍ଦ୍ର ପାତ୍ରଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତରେ ଶିକାର ହୋଇ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ବୁଧବାର ସକାଳେ ପ୍ରଥମେ ରିଙ୍କୁଙ୍କ ମାଆ ଜାନକୀ ପାତ୍ର ପରେ ରବିବାର ଦିନ ବାପା କୃଷ୍ଣଚନ୍ଦ୍ର ପାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ବିଳମ୍ବିତ ସନ୍ଧ୍ୟାରେ ରିଙ୍କୁ (୪୧)ଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।
କିନ୍ତୁ ମୃତ ରିଙ୍କୁଙ୍କ ସ୍ତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ପରିବାରର ସଦସ୍ୟମାନଙ୍କ ଏଭଳି ମୃତ୍ଯୁରେ ସମ୍ପୁର୍ଣ୍ଣ ରୁପେ ଭାଙ୍ଗି ପଡିଛନ୍ତି । ରିଙ୍କୁ ଜଣେ ଦିଗପହଣ୍ଡି ସହରର ଯୁବ ବ୍ୟବସାୟୀ , ମେଳାପି, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଭାବେ ଜଣାଶୁଣା ଥିଲେ। ଏଭଳି ପରିବାରର ସଦସ୍ୟମାନଙ୍କ ଦୁଃଖଦ ବିୟୋଗରେ ଦିଗପହଣ୍ଡି ସହର ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଖବର ପାଇ ରାଜ୍ୟ ବିଧାନସଭାର ବାଚସ୍ପତି ଡ଼ା ସୂର୍ଯ୍ୟନାରାୟଣ ପାତ୍ର ଗଭୀର ଦୁଃଖ ପ୍ରକାଶ କରିଛନ୍ତି |