ଖ୍ରୀଷ୍ଟ ମହାବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ ରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡଃ ସିଦ୍ଧାର୍ଥ କୁମାର ସାହୁ କହିଛନ୍ତି ଯେ ୨୦୧୮-୧୯ ଶିକ୍ଷାବର୍ଷ ରେ ଶିକ୍ଷା ସହ ଅନ୍ୟ ବହୁ ବିଭାଗରେ ସଫଳତା ଆଣି ଆମ ଅନୁଷ୍ଠାନ କୁ ଗୌରବାନ୍ୱିତ କରିଛନ୍ତି।ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଅନୁପମ ପାତ୍ର ମୁଖ୍ୟ ଅତିଥି ଏବଂ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ଏହି ଉତ୍ସବ ରେ କଳା ବିଭାଗର ଶ୍ରେଷ୍ଠ ସ୍ନାତକ ରୂପେ ହିନ୍ଦୀ ସମ୍ମାନ ର ଚିନ୍ମୟ କୁମାର ମହାନ୍ତି,ବିଜ୍ଞାନ ବିଭାଗର ଶ୍ରେଷ୍ଠ ସ୍ନାତକ ରୂପେ ରସାୟାନବିଜ୍ଞାନ ସମ୍ମାନର ଲକ୍ଷ୍ମୀପ୍ରିୟ ନାୟକ ଏବଂ ବାଣିଜ୍ୟ ର ଶ୍ରେଷ୍ଠ ସ୍ନାତକ ରୂପେ ଅକାଉଣ୍ଟିଙ୍ଗ ସମ୍ମାନର ହିତାଂଶୁ ବିଶ୍ୱାସ ଙ୍କୁ ସ୍ୱତନ୍ତ୍ର ମେଡାଲ ପ୍ରଦାନ କରାଯାଇଥିଲା।ଏହାସହ ଶିକ୍ଷା ଓ କ୍ରୀଡା ଆଦି ଅନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଖ୍ରୀଷ୍ଟ ମହାବିଦ୍ୟାଳୟ ରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।
Click for Any Complaint Regarding This News
AAA Online Services