ଦୁବାଇରେ ଓଡିଶା ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ

Advertisement
Advertisement
Click for Any Complaint Regarding This News
AAA Online Services

ସଂଯୁକ୍ତ ରାଷ୍ଟ୍ର ସମୂହ ବା ୟୁ.ଏ.ଇ ଥିବା ଓଡିଶା ସମାଜ ପକ୍ଷରୁ ଉତ୍କଳ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ଦୁବାଇ ରେ ଅନୁଷ୍ଠିତ ହୋଇଥିବା ମୁଖ୍ୟଉତ୍ସବରେ ଶତାଧିକ ଓଡିଆ ପରିବାର ସାମିଲ ହୋଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବରେ ଶତାଧିକ ଓଡିଆ ପରିବାର ସାମିଲ ହୋଇଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ କୁନିକୁନି କଳାକାରଙ୍କ ଦ୍ଵାରା “ବନ୍ଦେ ଉତ୍କଳ ଜନନୀ”ପରିବେଷଣ କରାଯାଇଥିଲା । ପରେ ମଙ୍ଗଳାଚରଣ ଓ ଓଡିସି ଭଜନ ପରିବେଷିତ ହୋଇଥିଲା ।

ଦୀର୍ଘଦିନ ଧରି ଓଡିଶାରଉ ଦୂରରେ ରହୁଥିବା ଓଡିଆମାନେ ଏହାକୁ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ପ୍ରବାସୀ ଓଡିଆ କଳାକାରମାନଙ୍କ ଦ୍ଵାରା ମଡର୍ଣ୍ଣ ଡ୍ୟାନ୍ସ ଓ ପୁରୁଣା ଓଡିଆ ଚଳଚ୍ଚିତ୍ର ସଂଗୀତ ପରିବେଷଣ କରାଯାଇଥିଲା । ସେହିପରି ଦାଶକାଠିଆ ଉତ୍କଳ ଦିବସ ସମାରୋହକୁ ଆହୁରି ଓଡିଆ କରିଦେଇଥିଲା । କାର୍ଯ୍ୟକ୍ରମରେ ଯୁଏଇ ରେ ଥିବା ଭାରତୀୟ ଦୂତାଭାସ ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଯୁବପିଢୀକୁ ନିଜ ସଂସ୍କୃତିସହ ବାନ୍ଧିରଖିବାର ଏହା ଏକ ପ୍ରୟାସ ବୋଲି ଆୟୋଜକ କହିଛନ୍ତି ।

ଏହି ଅବସରରେ ଛୋଟ ପିଲାଙ୍କ ମଧ୍ୟରେ “ଓଡିଶାର ଗ୍ରାମ୍ୟ ଜୀବନ”ଶୀର୍ଷକ ଏକ ଚିତ୍ରାଙ୍କନ ପ୍ରତିଯୋଗୀତା ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଓଡିଆ ପରିବାର ଏକାଠି ହୋଇପାରିଛନ୍ତି ବୋଲି ସମାଜ ପକ୍ଷରୁ ସୂଚନା ଦିଆଯାଇଛି । ସମାଜ ପକ୍ଷରୁ ଏହା ଚତୁର୍ଥ ଥର ପାଇଁ ଉତ୍କଳ ଦିବସ ସମାରୋହର ଆୟୋଜନ କରାଯାଇଛି ।

Please Share

Leave a Reply

Your email address will not be published. Required fields are marked *