କଟକ : ଆଜି ସହରରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬ ଜଣ ସଂଗରୋଧ୍ କେନ୍ଦ୍ର ରୁ ବୋଲି ଜଣ ପଡ଼ିଛି ଏହି ୬ ଜଣ ସଂକ୍ରମଣ SCB ଡାକ୍ତରଖାନା ର ସଙ୍ଗରୋଧ୍ ୱାର୍ଡ ସହ ଜଡ଼ିତ ବୋଲି ସୂଚନା ରହିଛି।
ଏଥିସହିତ ଗୃହ କ୍ୱାରେଣ୍ଟାଇନ୍ ରୁ ୮ ଜଣ ସଂକ୍ରମିତ ରହିଛନ୍ତି, ସେଥି ମଧ୍ୟରୁ ୦୧ ଜଣ ପ୍ରିଷ୍ଟିନେ ପାର୍କ ଅଞ୍ଚଳ ରୁ , ୦୧ ଜଣ ରାଉସା ପାଟଣା ଅଞ୍ଚଳରୁ ଏବଂ ୦୬ ଜଣ ସନସାଇନ ଫିଲ୍ଡ ନିକଟବର୍ତ୍ତୀ ମେଟ୍ରୋ ବିଲ୍ଡିଂଙ୍ଗ ର ବୋଲି ଜଣା ପଡିଛି । ସେହି ପରି ଭାବେ ୦୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧ ଜଣ ଡଗରପଡା ଅଞ୍ଚଳ ର ହୋଇଥିବା ବେଳେ ୧ ଜଣ ସୂତାହାଟ ଅଞ୍ଚଳର ବୋଲି ଜଣାପଡିଛି। ଏହି ସୂଚନା କଟକ ମହାନଗର ନିଗମ ପକ୍ଷରୁ ପ୍ରଦାନ କରାଯାଇଛି।